Breaking News
ବଡ଼ ଖବର

ମନ୍ଦିର ପୂଜକଙ୍କୁ ମିଳିବ ନ୍ୟାୟ?

ମନ୍ଦିର ପୂଜକଙ୍କୁ ମିଳିବ ନ୍ୟାୟ?

ନୂଆଦିଲ୍ଲୀ: ନିଜର ଅଧିକାର ପାଇଁ ନ୍ୟୟ ଅପେକ୍ଷାରେ ଥିବା ପୂଜାରୀମାନଙ୍କର ଆବେଦନ ନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ। ଶହଶହ ବର୍ଷ ଧରି ସମାଜକୁ ଆଧ୍ୟାତ୍ମିକ ପଥରେ ମାର୍ଗଦର୍ଶନ କରିଥିବା ଏବଂ ଭଗବାନଙ୍କ ସେବା ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିବା ପୂଜାରୀ, ସେବାଦାର ଏବଂ ମନ୍ଦିର କର୍ମଚାରୀମାନେ ଏବେ ଅବହେଳାର ଅନ୍ଧକାରରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ସରକାର ନିୟନ୍ତ୍ରିତ ମନ୍ଦିରର ଏହି କର୍ମଚାରୀଙ୍କ ଖରାପ ଆର୍ଥିକ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁପ୍ରିମକୋର୍ଟ ଏବେ ଆଶାର କିରଣ ଭାବରେ ଉଭା ହୋଇଛି। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ ସୋମବାର ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି।  

Related Post