Breaking News
ବଡ଼ ଖବର

ଶାବଳରେ ଛେଚି ଦୁଇଜଣଙ୍କୁ ହତ୍ୟା କଲା ଯୁବକ, ଅଭିଯୁକ୍ତର ଗୋଡ଼ ହାତ ଭାଙ୍ଗିଲେ ଲୋକେ

ଶାବଳରେ ଛେଚି ଦୁଇଜଣଙ୍କୁ ହତ୍ୟା କଲା ଯୁବକ, ଅଭିଯୁକ୍ତର ଗୋଡ଼ ହାତ ଭାଙ୍ଗିଲେ ଲୋକେ

ରାଇରଙ୍ଗପୁର: ରାଇରଙ୍ଗପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର ।ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଆଜି ସକାଳ ୯ ଟା ସମୟରେ ଜଣେ ବ୍ୟକ୍ତି ଗାଁ ରାସ୍ତାରେ ଦୁଇ ଜଣଙ୍କୁ ଶାବଳରେ ଆକ୍ରମଣ କରିବା ଯୋଗୁଁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆସାମୀକୁ ଧରି ଗୋଡ଼ ହାତ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ ଲୋକେ । ଫଳରେ ହତ୍ୟାକାରୀର ଗୋଡ଼ ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ତାହା ଜଣା ପଡିନାହିଁ । ପୁଲିସ ଘଟଣସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ହତ୍ୟାକାରୀକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ବାରିପଦାରୁ ସାଇଣ୍ଟିଫିକ୍ଟ ଟିମ୍ ଓ ସନ୍ଧାନୀ କୁକୁର ଆସି ତଦନ୍ତକରିବେ ବୋଲି ସୂଚନା ମିଳିଛି ।

Related Post