Breaking News
ବିଶେଷ

ଚାକିରି ପାଇଁ ଯୌନ ଶୋଷଣ: ଦୋଷୀଙ୍କୁ ମିଳିବ ଦଣ୍ଡ, ନିର୍ଦ୍ଦେଶ ଜାରି କଲେ ଘାନା ରାଷ୍ଟ୍ରପତି

ଚାକିରି ପାଇଁ ଯୌନ ଶୋଷଣ: ଦୋଷୀଙ୍କୁ ମିଳିବ ଦଣ୍ଡ, ନିର୍ଦ୍ଦେଶ ଜାରି କଲେ ଘାନା ରାଷ୍ଟ୍ରପତି

ଆକ୍ରା: ଚାକିରି ବଦଳରେ ଯୌନ ଶୋଷଣ ବିରୋଧରେ ଘାନାରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଜନ୍ ମହାମା ଏହାକୁ ଅପରାଧ ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି। ବ୍ୟାପକ ବେକାରୀ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଅସମାନତା ଯୋଗୁଁ ଘାନାରେ ଏହା ବ୍ୟାପିବାରେ ଲାଗିଛି। ଏହା ମହିଳାଙ୍କ ଯୌନ ଶୋଷଣର ଏକ ଅତ୍ୟନ୍ତ ଗମ୍ଭୀର ରୂପ, ଯାହାକୁ ସରକାର ଆଉ ସହ୍ୟ କରିବାକୁ ଚାହୁଁନାହାନ୍ତି ବୋଲି ସେ କହିଛନ୍ତି।  ଘାନାରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶରେ ଏକ ଭଲ ଚାକିରି ଖୋଜିବା କ୍ରମଶଃ କଷ୍ଟକର ହେବାରେ ଲାଗିଛି। କୋଫୋରିଡୁଆରେ ଆୟୋଜିତ ଏକ ଟାଉନ ହଲ୍ କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇଥିଲା। ଜଣେ ଛାତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ଲିଙ୍ଗଗତ ବୈଷମ୍ୟ ଜାରି ରହିଥିବା ନେଇ ପ୍ରଶ୍ନ ଉଠାଇଥିଲେ, ରାଷ୍ଟ୍ରପତି ସ୍ପଷ୍ଟ ଭାବରେ ଏହାର ଦେଇଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ,ମହିଳାମାନଙ୍କ ବିରୋଧରେ ଏହି ନିର୍ଯାତନା ରୋକିବା ପାଇଁ ବର୍ତ୍ତମାନର ନୀତିଗୁଡ଼ିକ ଯଥେଷ୍ଟ ନୁହେଁ। ମହାମା କହିଛନ୍ତି ଯେ, ଏହା ଶୋଷଣର ଏକ ଅତ୍ୟନ୍ତ ବିପଜ୍ଜନକ ରୂପ ଯାହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ଏହି ଅମାନବୀୟ କାର୍ଯ୍ୟକୁ ପାଇଁ ଏକ କଠୋର ଆଇନ ପ୍ରଣୟନ କରିବା ଜରୁରୀ। ଚାକିରି ପ୍ରଦାନ କରିବା ପୂର୍ବରୁ ରୋମାଣ୍ଟିକ୍ ସମ୍ପର୍କ ପାଇଁ ଅଯୌକ୍ତିକ ଦାବି କରିବା ସମ୍ପୂର୍ଣ୍ଣ ଭୁଲ୍ ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଘାନା ପୂର୍ବରୁ ଶ୍ରମ ଆଇନ ଏବଂ ଅନ୍ୟାନ୍ୟ ଫୌଜଦାରୀ ଆଇନ ଅନୁଯାୟୀ ଯୌନ ନିର୍ଯାତନାକୁ କଡ଼ାକଡ଼ି ନିଷିଦ୍ଧ କରିସାରିଛି। ଘରୋଇ ହିଂସା ଆଇନ ମଧ୍ୟ ଏହି ନିର୍ଯାତନା ବିରୋଧରେ ମହିଳାମାନଙ୍କୁ ବ୍ୟାପକ ସୁରକ୍ଷା ପ୍ରଦାନ କରୁଛି। ତେବେ ଏହି ଆଇନଗୁଡ଼ିକ ସାଧାରଣତଃ କେବଳ ନିଯୁକ୍ତି ପରେ ହେଉଥିବା ନିର୍ଯାତନାର କ୍ଷେତ୍ରରେ କାର୍ଯ୍ୟ କରିଥାଏ। ଘାନାରେ ଯୁବବର୍ଗମାନଙ୍କ ମଧ୍ୟରେ ବେକାରୀ ଅଧିକ ତଥା ଚାକିରି ପାଇଁ ପ୍ରତିଯୋଗିତା ବେଶି। ସରକାରୀ ଏବଂ ଅଣସରକାରୀ ଉଭୟ କ୍ଷେତ୍ର ପାଇଁ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ନୁହେଁ। ଫଳରେ ଚାକିରି ଖୋଜୁଥିବା ଯୁବତୀମାନଙ୍କୁ ଶୋଷଣ କରାଯାଇଥାଏ।

Related Post