Breaking News
ବିଶେଷ

ଜାପାନ‌ରେ ଶକ୍ତିଶାଳୀ ଭୂମିକମ୍ପ

ଜାପାନ‌ରେ ଶକ୍ତିଶାଳୀ ଭୂମିକମ୍ପ

ଟୋକିଓ: ଜାପାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସକାଳେ ଭୂମିକମ୍ପ ହୋଇଛି। ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହା ଆଶ୍ୱସ୍ତିର ବିଷୟ ଯେ ଏପର୍ଯ୍ୟନ୍ତ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ ଏବଂ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ  ସୋମବାର ସକାଳେ ଉତ୍ତର ଜାପାନର ହୋକ୍କାଇଡୋରେ ପ୍ରାରମ୍ଭିକ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପଟି ବହୁତ ଶକ୍ତିଶାଳୀ ଥିଲା। ଦୀର୍ଘ ସମୟ ଧରି ଘରର ଜିନିଷପତ୍ର ହଲାଇଥିଲା। ଲୋକମାନେ ଭୂମିକମ୍ପରେ ଉଠି ପଡ଼ିଥିଲେ। ତଥାପି, ଜାପାନରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ନାହିଁ।

Related Post