Breaking News
ବିଶେଷ

ସିଇଓ ପଦ ଛାଡ଼ିବା ନିଷ୍ପତ୍ତି ନେଇ ଟିମ୍ କୁକ୍‌ଙ୍କ ଘୋଷଣା

ସିଇଓ ପଦ ଛାଡ଼ିବା ନିଷ୍ପତ୍ତି ନେଇ ଟିମ୍ କୁକ୍‌ଙ୍କ ଘୋଷଣା

ନୂଆଦିଲ୍ଲୀ: ଆପଲ୍‌ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ୨୦୧୧ ମସିହାରେ ଷ୍ଟିଭ୍ ଜବସ୍‌ଙ୍କ ମୃତ୍ୟୁ ପରେ କମ୍ପାନିର ଦାୟିତ୍ୱ ନେଇଥିବା କୁକ୍ ଆପଲ୍‌କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି। ଏବେ ସେପ୍ଟେମ୍ବର ୧ ତାରିଖରୁ, ହାର୍ଡୱେର୍ ଇଞ୍ଜିନିୟରିଂର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଟର୍ନସ୍ କମ୍ପାନିର ନୂତନ ସିଇଓ ହେବେ। ଏହି ଖବର ଆପଲ୍‌ର ଭବିଷ୍ୟତ ଏବଂ ଟେକ୍ ଜଗତରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି। ବିଶେଷଜ୍ଞମାନେ ଏହାକୁ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୁଗର ଶେଷ ଏବଂ ନୂତନ ନେତୃତ୍ୱର ଆରମ୍ଭ ଭାବରେ ଦେଖୁଛନ୍ତି।

Related Post