Breaking News
ବିଶେଷ

ଇସ୍ରାଏଲ-ଲେବାନନରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା

ଇସ୍ରାଏଲ-ଲେବାନନରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା

ୱାସିଂଟନ୍‌: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ କରିବା ଦିଗରେ ଆମେରିକା ଏକ ବଡ଼ ପଦକ୍ଷେପ  ନେଇଛି। ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହା ପରେ, ଟ୍ରମ୍ପ ୧୦ମ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଲେବାନନ ରାଷ୍ଟ୍ରପତି ଜୋସେଫ ଅଉନ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ, ୧୦ ଦିନିଆ ଅସ୍ତ୍ରବିରତି ୧୬ ଏପ୍ରିଲ ସନ୍ଧ୍ୟା ୫ଟାରୁ କାର୍ଯ୍ୟକାରୀ ହେବ।

Related Post