Breaking News
ବଡ଼ ଖବର

ଯାଜପୁରରେ ଫୁଟିଲା ଗୁଳି, ଗୁଳିକାଣ୍ଡରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଯାଜପୁରରେ ଫୁଟିଲା ଗୁଳି, ଗୁଳିକାଣ୍ଡରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ସହରରେ ଫୁଟିଲା ଗୁଳି। ଗୁଳିକାଣ୍ଡରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରି ଫେରିଛି। ଯାଜପୁର ଥାନା ଅନ୍ତର୍ଗତ କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ କୁଆଁସରପୁର ଅଂଚଳର ସୋମ୍ୟ ରଞ୍ଜନ ସାମଲଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ବେଳେ ଗୁରୁତରର ସୋମ୍ୟ ରଞ୍ଜନ ସାମଲଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଲୟରେ  ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାପରେ କଟକ ଏସସିବି ମେଡିକାଲକୁ  ସ୍ଥାନାନ୍ତରିତ  କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବଂ କିଏ ଏହି ଗୁଳିକାଣ୍ଡ କରିଛି ତାହା ମଧ୍ୟ୍ୟ ଜଣାପଡି ନାହିଁ । ଯାଜପୁର ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଘଟଣା ସ୍ଥଳରେ ସକାଳୁ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି l ଟିକନିଖ ଯାଞ୍ଚ କରିଛି ସାଇଣ୍ଟିଫିକ ଟିମ୍। କିଏ ଏବଂ କେଉଁ କାରଣରୁ ଏହି ଗୁଳିକାଣ୍ଡ କରାଯାଇଛି ତାହାକୁ ନେଇ ଯାଜପୁର ପୁଲିସର ଜାରି ରହିଛି ତଦନ୍ତ। ଏହି ଘଟଣା ପରେ ସହରବାସୀ ଭୟଭୀତ ହୋଇଛନ୍ତି।

Related Post