Breaking News
ବଡ଼ ଖବର

ମା ଭଦ୍ରକାଳୀ ମନ୍ଦିରରୁ ଚୋରି

ମା ଭଦ୍ରକାଳୀ ମନ୍ଦିରରୁ ଚୋରି

ଭଦ୍ରକ: ମା ଭଦ୍ରକାଳୀ ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିର ଚାବି ଭାଙ୍ଗି ମନ୍ଦିର ଭିତରକୁ ପଶି ଷ୍ଟୋ ର୍ ରୁମ ତାଲା ଭାଙ୍ଗି ସାମଗ୍ରୀ ଚୋରି କରିଥିବା ବେଳେ ଭକ୍ତଙ୍କ ହୁଣ୍ଡି ବକ୍ସ ତାଲା ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।  ଆଜି ସକାଳୁ ମନ୍ଦିର ପୂଜା ପାଇଁ ପୂଜକ ମନ୍ଦିର ଭିତରକୁ ଆସିବା ପରେ ଜାଣିଲେ ଯେ ତାଲା ଭାଙ୍ଗି ଚୋର ମନ୍ଦିର ଭିତରେ ପଶି ଚୋରି କାଟୁଛନ୍ତି। ଘଟଣା ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଆସି ଥିବା ବେଳେ ସାଇଣ୍ଟିଫିକ  ଟିମ୍ ତଦନ୍ତ କରିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣା ପଡ଼ିବ ବୋଲି ପୁଲିସ କହିଛି।

Related Post