Breaking News
ଅପରାଧ

ଋଷିକେଶରେ ପ୍ରେମିକା ସହ ମଜାମସ୍ତି କରୁଥିବାବେଳେ ଦୁର୍ଦ୍ଦାନ୍ତ ରାଜାକୁ ଧରିଲା ପୁଲିସ

ଋଷିକେଶରେ ପ୍ରେମିକା ସହ ମଜାମସ୍ତି କରୁଥିବାବେଳେ ଦୁର୍ଦ୍ଦାନ୍ତ ରାଜାକୁ ଧରିଲା ପୁଲିସ

ଭୁବନେଶ୍ୱର: ମହଙ୍ଗା ପଡିଲା ରୋମାନ୍ସ। ରିଷିକେଶରେ ଗାର୍ଲଫ୍ରେଣ୍ଡ ସହ ମଉଜ କରୁଥିବାବେଳେ ଧରାପଡିଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ। ନିଜ ପରିଚୟ ଲୁଚାଇ ଗାର୍ଲଫ୍ରେଣ୍ଡ ସହ ଛଦ୍ମ ବେଶରେ ଭିନ୍ନ ଭିନ୍ନ ସହରରେ ବୁଲୁଥିଲା ରାଜା। କିନ୍ତୁ ଜେଲରୁ ଚମ୍ପଟ ମାରିବା ପରଠାରୁ ସ୍ପେଶାଲ ୨୬ ଟିମ ରାଜା ଓ ମଧୁକାନ୍ତର ଗତିବିଧି ଉପରେ ନଜର ରଖିଥିଲା। ବୃନ୍ଦାବନରେ ଲୁଚିରହିଥିବା ମଧୁକାନ୍ତକୁ ପ୍ରଥମେ ଗିରଫ କରିବା ପରେ ମଧୁକାନ୍ତ ଖୋଲିଥିଲା ଜେଲରୁ ଚମ୍ପଟ ମାରିବାର ଗୁମର। ରାଜା ସାହାଣୀ ଗିରଫ ହେବା ପରେ  ଜେଲରୁ ଚମ୍ପଟ ମାରିବାର କିଛି ନୂଆ ଗୁମର ସାମ୍ନାକୁ ଆସିବ। ଉଲ୍ଲେଖ ଥାଉ କି ପୂର୍ବରୁ ଅନ୍ୟତମ ସହଯୋଗୀ ବୃନ୍ଦାବନରୁ ଗିରଫ ହୋଇଥିଲା। ସେଠାରେ ଏକ ଆଶ୍ରମରେ ରହିଥିବା ବେଳେ ପୋଲିସ ତାକୁ ଧରିଥିଲା। ସୂଚନାଯୋଗ୍ୟ ଯେ ଏହାକୁ ମିଶାଇ ଚୌଦ୍ଵାର ଜେଲରୁ ଫେରାର ରହିଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ପୋଲିସ ସକ୍ଷମ ହୋଇଛି।  ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ। ଦଶହରା ଭସାଣି ଦିନ ସକାଳୁ ଜେଲରୁ ଚମ୍ପଟ ମାରିଥିଲେ |

Related Post