Breaking News
ବଡ଼ ଖବର

ଶ୍ରୀମନ୍ଦିରକୁ ଅଢ଼େଇ ଲକ୍ଷ ମାଢ଼ ସୁନା ଦେଇଥିଲେ ଅନଙ୍ଗଭୀମ ଦେବ

ଶ୍ରୀମନ୍ଦିରକୁ ଅଢ଼େଇ ଲକ୍ଷ ମାଢ଼ ସୁନା ଦେଇଥିଲେ ଅନଙ୍ଗଭୀମ ଦେବ

ପୁରୀ: ଇତିହାସର ବିଭିନ୍ନ କାଳଖଣ୍ଡରେ ଓଡ଼ିଶାକୁ ଶାସନ କରିଥିବା କେଶରୀ ବଂଶ, ଗଙ୍ଗ ବଂଶରୁ ଆରମ୍ଭ କରି ସୂର୍ଯ୍ୟବଂଶୀ ରାଜାମାନେ ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ। କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ ଓ ଭୋଇ ବଂଶର ଶାସକ ପ୍ରଥମ ରାମଚନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ଶାସକମାନେ ରାଜ୍ୟ ଜୟ କରି ବିପୁଳ ଧନ ରତ୍ନ ନେଇ ଫେରିବା ପରେ ଏହାକୁ ଭକ୍ତିର ନୈବେଦ୍ୟ ସ୍ବରୂପ ଦାନ କରି ଦେଉଥିଲେ।  ନେପାଳର ରାଜା ଓ ତାଙ୍କ ରାଜସଭାସଦଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତର ଅନେକ ରାଜା ମହାରାଜା ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ବିପୁଳ ସୁନା, ରୁପା ଓ ବିଭିନ୍ନ ପ୍ରକାର ରତ୍ନପଥର ଭେଟି ଦେଇଥିଲେ। ସେଥି ମଧ୍ୟରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ହୀରା, ନୀଳା, ମୋତି, ମାଣିକ୍ୟ, ପୋଖରାଜ ଓ ପ୍ରବାଳ ଭଳି ଦୁର୍ଲଭ ରତ୍ନ ରହିଛି। ତଥ୍ୟ କହେ, ରତ୍ନଭଣ୍ଡାରରେ ନବରତ୍ନ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀ ଶେଷ ଭାଗ ଆଡ଼କୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପୁଳ ସ୍ବର୍ଣ୍ଣ ଅଳଙ୍କାରରେ ପରିପୂର୍ଣ୍ଣ ହୋଇ ରହିଥିଲା। ପୁରୀ ଜିଲ୍ଲା ଗେଜେଟିୟରରେ ଉଲ୍ଲେଖ ଅଛି ଯେ, ହିନ୍ଦୁ ରାଜା, ମହାରାଜା ଓ ବଦାନ୍ୟ ଭକ୍ତମାନେ ଅର୍ପଣ କରିଥିବା ଧନରତ୍ନ ଓ ଅଳଙ୍କାରରେ ରତ୍ନଭଣ୍ଡାର ସମୃଦ୍ଧ ହୋଇଥିଲା। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ସୁପ୍ରସିଦ୍ଧ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ନିଜ ରାଜ୍ୟ କୋଷାଗାରକୁ ୪୭ଲକ୍ଷ ୮୮ହଜାର ମାଢ଼ ସୁନା ପ୍ରଦାନ କରିଥିଲେ।

Related Post