Breaking News
ବଡ଼ ଖବର

ଅନୁଷ୍କାଙ୍କୁ କୋହଲିଙ୍କ ଫ୍ଲାଇଂ କିସ୍‌

ଅନୁଷ୍କାଙ୍କୁ କୋହଲିଙ୍କ ଫ୍ଲାଇଂ କିସ୍‌

ବେଙ୍ଗାଲୁରୁ: ଶନିବାରଠୁ ଆରମ୍ଭ ହୋଇଛି ବିଶ୍ବର ଧନୀ ଲିଗ୍‌ ଭାବେ ପରିଚିତ ଆଇପିଏଲ୍‌ ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବଦ। ନିଜ ଘରୋଇ ପଡ଼ିଆ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆର୍‌ସିବି ଏହାର ତାରକା ଖେଳାଳି ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ବଳରେ ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା।ପଡ଼ିଆ ଭିତରେ କୋହଲି ଖେଳରେ ପୂରା ଲକ୍ଷ୍ୟ ରଖିଥିଲେ। କିନ୍ତୁ ପଡ଼ିଆ ବାହାରେ ନିଜର ମୁଡ୍ ସ୍ବାମୀତ୍ବ ‌ବଦଳାଇଥିଲେ। ବିଜୟ ପରେ କୋହଲି ପଡ଼ିଆ ଭିତରୁ ସାଥୀ ଖେଳାଳି ଟିମ୍‌ ଡେଭିଡ୍‌ଙ୍କ ସହ ଫେରୁଥିଲା ବେଳେ ଦର୍ଶକ ଗ୍ୟାଲେରିରେ ବସିଥିବା ପତ୍ନୀ ଅନୁ‌ଷ୍କା ଶର୍ମାଙ୍କୁ ଫ୍ଲାଇଂ କିସ୍‌ ଦେଇଥିଲେ। ଅନୁଷ୍କା ମଧ୍ୟ ସଙ୍ଗେ ସଙ୍ଗେ ଫେରାଇ ଦେଇଥିଲେ। ଉଭୟଙ୍କ ଏହି ଫ୍ଲାଇଂ କିସ୍‌ ଆଦାନ ପ୍ରଦାନ ଉପସ୍ଥିତ ଦର୍ଶକଙ୍କୁ ମନୋରଂଞ୍ଜନର ଖୋରାକ ଯୋଗାଇଥିଲା।

Related Post