Breaking News
ବଡ଼ ଖବର

ଭାରତରେ ଲକ୍‌ଡାଉନ୍‌ ଗୁଜବକୁ ସରକାରଙ୍କ ଖଣ୍ଡନ: କେନ୍ଦ୍ର ସରକାର

ଭାରତରେ ଲକ୍‌ଡାଉନ୍‌ ଗୁଜବକୁ ସରକାରଙ୍କ ଖଣ୍ଡନ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଦେଶରେ ଲକ୍‌ଡାଉନ୍‌ ପାଇଁ ସରକାର ଚିନ୍ତା କରୁଥିବା ନେଇ ପ୍ରଚାର ହେଉଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଗୁଜବ ବୋଲି କେନ୍ଦ୍ର ସରକାର ଶୁକ୍ରବାର କହିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ପୁରୀ ଏନେଇ ସ୍ପ‌‌ଷ୍ଟୀକରଣ ରଖିଛନ୍ତି। ଗୁଜବକୁ ଦାୟିତ୍ବହୀନତା ଓ କ୍ଷତିକାରକ ବୋଲି କହିବା ସହିତ ପୁରୀ ‘ଏକ୍ସ’ରେ ଲେଖିଛନ୍ତି, କୋଭିଡ-୧୯ ପରି ସରକାର ସାରା ଦେଶରେ ଲକ୍‌ଡାଉନ୍‌ କରିବାକୁ ଯାଉନାହାନ୍ତି। ଲକ୍‌ଡାଉନ୍‌ ନେଇ ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା। ଭାରତ ସରକାର ଏପରି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି। ଏପରି ସମୟରେ ଶାନ୍ତ ଓ ଦାୟିତ୍ବବାନ ହେବା ସହିତ ଏକାଠି ରହିବା କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଉଦ୍‌ବୋଧନ ଦେଇ କରୋନା ସମୟ କଥା ଉଠାଇଥିଲେ। କରୋନା ସମୟରେ ହୋଇଥିବା ଅସୁବିଧା ପରି ଲୋକଙ୍କୁ ପ୍ରସ୍ତୁତ ରହିବା କଥା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦୀଙ୍କ ଭାଷଣ ପରେ ଲକ୍‌ଡାଉନ୍‌ ହେବା ନେଇ ଗୁଜବ ପ୍ରଚାର ହେବା ସହିତ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ବିତର୍କ ଆରମ୍ଭ ହୋଇଯାଇଥିଲା।

Related Post