Breaking News
ବଡ଼ ଖବର

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଜଳୁଛି ଇରାନର ତୈଳ ଭଣ୍ଡାର, ହାଇପର୍‌ସୋନିକ୍ କ୍ଷେପଣାସ୍ତ୍ର ମାଡ଼ରେ ଥରୁଛି ଇସ୍ରାଏଲ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଜଳୁଛି ଇରାନର ତୈଳ ଭଣ୍ଡାର, ହାଇପର୍‌ସୋନିକ୍ କ୍ଷେପଣାସ୍ତ୍ର ମାଡ଼ରେ ଥରୁଛି ଇସ୍ରାଏଲ

ତେଲ୍ ଅଭିଭ୍/ଦୁବାଇ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ମହାଯୁଦ୍ଧ ଏବେ ବିନାଶକାରୀ ରୂପ ଧାରଣ କରିଛି। ରବିବାର ଯୁଦ୍ଧର ନବମ ଦିନରେ ଇସ୍ରାଏଲର ବାୟୁସେନା ଇରାନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ତୈଳ ଭଣ୍ଡାରଗୁଡ଼ିକ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରି ଭୟାନକ କ୍ଷତି ଘଟାଇଛି। ଇରାନର ପ୍ରସିଦ୍ଧ ଶେହରାନ ଓ ଅଲବୋର୍ଜ ତୈଳ ପ୍ରତିଷ୍ଠାନଗୁଡ଼ିକରେ ଭୀଷଣ ଅଗ୍ନିକାଣ୍ଡ ଜାରି ରହିଛି, ଯାହା ସମଗ୍ର ଅଞ୍ଚଳର ଆକାଶକୁ କଳା ଧୂଆଁରେ ଆଚ୍ଛାଦିତ କରିରଖିଛି। ଶେହରାନ ତୈଳ ଡିପୋ ହେଉଛି ଇରାନର ଅନ୍ୟତମ ବୃହତ୍ତମ ତୈଳ ସଂରକ୍ଷଣ କେନ୍ଦ୍ର, ଯେଉଁଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଇନ୍ଧନ ପଠାଯାଇଥାଏ। ଅଲବୋର୍ଜ ପ୍ରତିଷ୍ଠାନରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଇରାନର ତୈଳ ରପ୍ତାନି କ୍ଷମତା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ଏହାକୁ ନିୟନ୍ତ୍ରଣ କରିବା ଇରାନର ଅଗ୍ନିଶମ ବାହିନୀ ପାଇଁ ଅସମ୍ଭବ ହୋଇପଡ଼ିଛି। ଇରାନର ତୈଳ ଭଣ୍ଡାର ଜଳିବା ସହ ବିଶ୍ୱ ଅର୍ଥନୀତିରେ ମଧ୍ୟ ନିଆଁ ଲାଗିଛି ଏବଂ ଇରାନର ତୈଳ ଉପରେ ବିଶେଷ ନିର୍ଭରଶୀଳ ଥିବା ରାଷ୍ଟ୍ରଙ୍କ ଚିନ୍ତା ବଢ଼ିଯାଇଛି। ଇସ୍ରାଏଲର ଏହି ଅାକ୍ରମଣର ଜବାବ ଆଜି ଇରାନ ତାର ଶକ୍ତିଶାଳୀ ‘ଫତହ-୨’ହାଇପର୍‌ସୋନିକ୍ ମିସାଇଲ୍ ଦ୍ବାରା ଦେଇଛି।

Related Post