Breaking News
ବିଶେଷ

ନକ୍ସଲ ପ୍ରଭାବିତ ଚିରୁବେଡ଼ାରେ ପାନୀୟ ଜଳ ସଙ୍କଟ

ନକ୍ସଲ ପ୍ରଭାବିତ ଚିରୁବେଡ଼ାରେ ପାନୀୟ ଜଳ ସଙ୍କଟ

ସୁନ୍ଦରଗଡ଼/ବିଶ୍ରା: (ଦେବ କୁମାର ଦେ) ବିଶ୍ରା ବ୍ଲକ ଅଧିନସ୍ଥ ମୋନକୋ ପଞ୍ଚାୟତର ଅତି ନକ୍ସଲ ପ୍ରଭାବିତ ଚିରୁବେଡ଼ା ଅଞ୍ଚଳର ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମିଳି ପାରିନାହିଁ। ସ୍ୱାଧୀନତାର ଦୀର୍ଘ ଦଶକ ପରେ ମଧ୍ୟ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ଖୋଲା ଆକାଶ ତଳର ଚୁଆ ପାଣି ଉପରେ ନିର୍ଭର କରି ଜୀବନ ଯାପନ କରୁଛନ୍ତି। ଚିରୁବେଡ଼ାର କଲ୍ୟାଣ ଟୋଲି ଓ ଗିର୍ଜା ଟୋଲିରେ ବସବାସ କରୁଥିବା ଶତାଧିକ ପରିବାର ପିଇବା ପାଣି ପାଇଁ ଦିନକୁ ଦିନ କଷ୍ଟ ଭୋଗୁଛନ୍ତି। ଗ୍ରାମର ମହିଳାମାନେ ପାହାଡ଼ିଆ କଠିନ ପଥ ଦେଇ ୨୦୦ ରୁ ୩୦୦ ମିଟର ଦୂରକୁ ନାଳାକୁ ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି। ମୁଣ୍ଡରେ ଘଡ଼ା ନେଇ ଅତ୍ୟନ୍ତ କଷ୍ଟରେ ଘରକୁ ଫେରୁଥିବା ଦୃଶ୍ୟ ଏଠାର ଦୈନିକ ଚିତ୍ର ହେଇ ସାରିଛି। ବିଷୟଟି ଅଧିକ ଚିନ୍ତାଜନକ ଯେ, ଭାରତ ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ଅନୁସାରେ ଘରେ ଘରେ ପାନୀୟ ଜଳ ଯୋଗେଇବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଚାଲିଥିବା ସତ୍ତ୍ୱେ ଏହି ଗାଁଗୁଡ଼ିକୁ ସେହି ଯୋଜନାର ସାମାନ୍ୟ ମଧ୍ୟ ଲାଭ ମିଳିନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ଜିଲ୍ଲା ଓ ବ୍ଲକ ପ୍ରଶାସନର ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ଏହି ଆଦିବାସୀ ବହୁଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳଟି ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ରହିଛି।

Related Post