Breaking News
ବଡ଼ ଖବର

ଚାଲିଛି ପୁନଃ ଡିପିଆର୍‌ ପ୍ରସ୍ତୁତି: ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ବିଳମ୍ବିତ

ଚାଲିଛି ପୁନଃ ଡିପିଆର୍‌ ପ୍ରସ୍ତୁତି: ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ବିଳମ୍ବିତ

ସୋନପୁର: ମହାନଦୀର ତଳମୁଣ୍ଡରେ ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ୍‌ର ଗୋଧନେଶ୍ୱର ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ଖଇରମାଳଠାରେ ଦୁଇଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୨୩ ଜାନୁଆରି ୨୦ ତାରିଖ ଦିନ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ଶିଳାନ୍ୟାସକୁ ୩ ବର୍ଷ ବିତିଛି। ହେଲେ ପ୍ରକଳ୍ପ କାମର ଅଗ୍ରଗତି ହୋଇ ପାରିନାହିଁ। ମହାନଦୀରେ ଜଳ ଉପଯୋଗ ନେଇ ପୂର୍ବରୁ ମାଷ୍ଟର୍‌ପ୍ଲାନ୍‌ ହୋଇଥିଲା। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱରଠାରୁ ସାଢ଼େ ୩ କିଲୋମିଟର ଦୂର ଖଇରମାଳଠାରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ୯୨୫ କୋଟି ୫୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ସେହିପରି ଗୋଧନେଶ୍ୱରଠାରେ ଅନ୍ୟ ଏକ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ସୁବର୍ଣ୍ଣପୁର ଜଳସେଚନ ବିଭାଗ ପକ୍ଷରୁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା।

Related Post