Breaking News
ବିଶେଷ

‘ସାହିତ୍ୟ ଏକାଡେମୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଚି’: ଅସିତ ମହାନ୍ତିଙ୍କ ସାହିତ୍ୟିକ ପାଣିପାଗ...

‘ସାହିତ୍ୟ ଏକାଡେମୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଚି’: ଅସିତ ମହାନ୍ତିଙ୍କ ସାହିତ୍ୟିକ ପାଣିପାଗ...

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ। ପଞ୍ଚଦଶ ଶତାବ୍ଦୀର ଗଜପତି କପିଳେନ୍ଦ୍ର ଦେବଙ୍କଠାରୁ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ସ୍ବୀକୃତ ହୋଇଆସିଛନ୍ତି। ଆଜି ଶାସନଗାଦିରେ ଥିବା ସରକାର ବି ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆ ଅସ୍ମିତାର ପ୍ରତିଭୂ ବୋଲି କହିବା ଦେଖାଯାଉଛି। ଏହି ଅସ୍ମିତାର ଆହ୍ବାନ ଦେଇ ଆଜିର ସରକାର ମଧ୍ୟ ଶାସନକୁ ଆସିଛି। ଶ୍ରୀଜଗନ୍ନାଥଙ୍କର ଅନେକ ବିଶେଷତ୍ବ ରହିଛି। ସେଥିରୁ ଗୋଟିଏ ହେଉଛି- ତାଙ୍କର ପଦ୍ମବେଶ। ଏହାର ଅନ୍ୟନାମ ପଦ୍ମମୁଖ ବେଶ। ମାଘ ମାସର ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ, ବୁଧବାର ବା ଶନିବାର ଦିନ ଏହି ବେଶ ଅନୁଷ୍ଠିତ ହୁଏ। କିନ୍ତୁ ଏହି ବେଶର ବିଶେଷତ୍ବ ହେଉଛି- ଯେଉଁ ସମୟରେ ସାଧାରଣତଃ ଶିଶିରପାତ ଯୋଗୁଁ ପଦ୍ମ ଫୁଟେ ନାହିଁ, ସେହି ସମୟରେ ହିଁ ଏହି ବେଶ ହୋଇଥାଏ। ଅସମ୍ଭବକୁ ସମ୍ଭବ କରିବାର ଏକ ତତ୍ତ୍ବ ଏହା ମଧ୍ୟରେ ଅଛି। ଅଥଚ ଯେଉଁ ଦଳ ଏବେ ରାଜ୍ୟର ଶାସନଗାଦିରେ ଅଛି, ତାହାର ଚିହ୍ନ ପଦ୍ମ ହେଲେ ମଧ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀକୁ ଅନିୟମିତତାର ପଙ୍କରୁ ଉଦ୍ଧାର କରିବାର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ସମ୍ଭବକୁ ଅସମ୍ଭବ କରି ରଖିବାର ଏ ମାନସିକତା ବିରୋଧରେ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଡ଼ୁଛି।ଏହାର ଗୋଟିଏ ଉଦାହରଣ ହେଉଛି- ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲା। ଆଜିଠୁ ପ୍ରାୟ ଛଅ ମାସ ପୂର୍ବେ, ୨୦୨୫ ମସିହା ଅଗଷ୍ଟ ମାସରେ ଏ ବାବଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା (ସଂଖ୍ୟା ୨୧୭୫୫/୨୫)ରେ ଆବେଦନକାରୀ ତଥା ଜନସ୍ବାର୍ଥ କର୍ମୀ ପ୍ରବୀର କୁମାର ଦାସ ଦର୍ଶାଇଛନ୍ତି ଯେ ୨୦୨୪ ମସିହା ମେ ମାସ ୨୦ ତାରିଖଠାରୁ ଏହି ଏକାଡେମୀର ସଭାପତି ଓ ଉପସଭାପତି ପଦ ଖାଲି ପଡ଼ିଛି। ଏକାଡେମୀର ସଂବିଧାନରେ ଥିବା ବିଧିବ୍ୟବସ୍ଥା ଅନୁସାରେ, ସଭାପତି ଓ ଉପସଭାପତିଙ୍କ ନିଯୁକ୍ତି ସରକାରଙ୍କର ଦାୟିତ୍ବ। ମାତ୍ର ସରକାର ସେହି ଦାୟିତ୍ବ ନିଭାଉ ନାହାନ୍ତି।

Related Post