Breaking News
ବଡ଼ ଖବର

ଫରିଦାବାଦ: ୧୦୦ ଗ୍ରାମ ସୁନାକୁ ଅଳିଆ ଭାବି ଫିଙ୍ଗି ଦେଇଥିଲେ, ୪ ମାସ ପରେ ଫେରାଇଲେ ସ୍କ୍ରାପ୍‌ ଡିଲର

ଫରିଦାବାଦ: ୧୦୦ ଗ୍ରାମ ସୁନାକୁ ଅଳିଆ ଭାବି ଫିଙ୍ଗି ଦେଇଥିଲେ, ୪ ମାସ ପରେ ଫେରାଇଲେ ସ୍କ୍ରାପ୍‌ ଡିଲର

ଫରିଦାବାଦ: ଫରିଦାବାଦର ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘର ସଫେଇବେଳେ ଭୁଲ୍‌ରେ ସୁନା ଅଳଙ୍କାରକୁ ଅଳିଆ ଭାବେ ଫିଙ୍ଗି ଦେଇଥିଲେ। ୧୦୦ ଗ୍ରାମ ମୂଲ୍ୟର ଏହି ସୁନାକୁ ସେ ଚାରି ମାସ ପରେ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା‌ର ବିଷୟ ହୋଇଛି। ଜଣେ ସ୍କ୍ରାପ୍‌ ଡିଲର ୧୫ ଲକ୍ଷ ଟଙ୍କାର ଏହି ସବୁ ସାମଗ୍ରୀ ଫେରାଇଥିବାରୁ ସମସ୍ତେ ତାଙ୍କର ସଚ୍ଚୋଟତାର ପ୍ରଶଂସା କରିଛନ୍ତି। ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘରର ପୁରୁଣା ଭଙ୍ଗାରୁଜା ସାମଗ୍ରୀ ସ୍କ୍ରାପ୍‌ ଡିଲରକୁ ବିକ୍ରି କରିଦେଇଥିଲେ।ଗତବର୍ଷ ଜାନୁଆରିରେ ଶର୍ମାଙ୍କ ପରିବାର କୁମ୍ଭମେଳା ବୁଲିବାକୁ ଯାଇଥିଲେ। ଚୋରି ନ ହେବା ପାଇଁ ଘରର ସମସ୍ତ ସୁନା ଅଳଙ୍କାର ଏକ ବାକ୍ସରେ ପୂରାଇ ଏକ ବସ୍ତାରେ ଭରି କରି ରଖି ଦେଇଥିଲେ। କୁମ୍ଭମେଳାରୁ ଫେରିବା ପରେ ସେମାନେ ଏକଥା ଭୁଲି ଯାଇଥିଲେ। ଦୀପାବଳି ସମୟରେ ଘର ସଫାସଫି କରିବା‌ବେଳେ ଏହି ବସ୍ତାକୁ ଭୁଲରେ ସେମାନେ ଅଳିଆ ଭାବି ସ୍କ୍ରାପ୍‌ ଡିଲରକୁ ବିକି ଦେଇଥିଲେ।

Related Post