Breaking News
ଖେଳ

ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଚ୍ୟା‌ନେଲ୍‌ରେ ନୂଆ ନାଟକ, ପିଚ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସାକଲିନ୍‌

ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଚ୍ୟା‌ନେଲ୍‌ରେ ନୂଆ ନାଟକ, ପିଚ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସାକଲିନ୍‌

ଲାହୋର: ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ନେଇ ପିସିବି ମହାନାଟକ କରିବା ପରେ ସେଠାକାର କିଛି ପୂର୍ବତନ ଖେଳାଳି ଏବେ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ବସି ଅଜବ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି। ବାଂଲାଦେଶକୁ ସମର୍ଥନ କରି ବିଶ୍ବକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାର ଧମକ ଏବଂ ଆଇସିସି ଚାପରେ ନାଟକୀୟ ଢଙ୍ଗରେ ୟୁଟର୍ଣ୍ଣ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଲୋକହସା ହେବାରୁ ଯେମିତି ଏମାନେ କିଛି ଶିଖୁ ନାହାନ୍ତି। ୧୫ ତାରିଖର ମହାମୁକାବିଲା ପୂର୍ବରୁ ଭାରତ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ପାକିସ୍ତାନର ଏହି କ୍ରିକେଟ୍‌ ପଣ୍ଡିତମାନେ ନାନା କଥା ବିଳିବିଳାଉଛନ୍ତି। ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ ତ ସବୁ ସୀମା ଟପି ଯାଇ ଆଇସିସି ଉପରେ ଚାପ ପକାଇ ବିସିସିଆଇ କିଛି ବି କରିପାରେ। ଏପରିକି କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌କୁ ମଧ୍ୟ ରାତାରାତି ବଦଳାଇ ଦେଇପାରେ କହି ଭୀଷଣ ଟ୍ରୋଲ୍‌ର ସମ୍ମୁଖୀନ ହୋଇଛନ୍ତି।

Related Post