Breaking News
ବଡ଼ ଖବର

ବିକଶିତ ଭାରତ ନିର୍ମାତାଙ୍କ ଭବିଷ୍ୟତ ଗଠନ

ବିକଶିତ ଭାରତ ନିର୍ମାତାଙ୍କ ଭବିଷ୍ୟତ ଗଠନ

ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାର ଆୟୋଜନ ଭାରତର ଶିକ୍ଷା ଯାତ୍ରାରେ ଶାନ୍ତ କିନ୍ତୁ ନିର୍ଣ୍ଣାୟକ ପରିବର୍ତ୍ତନକୁ ରେଖାଙ୍କିତ କରିଥାଏ। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିକଳ୍ପିତ ଏହି ପ୍ରୟାସ, ୨୦୧୮ରେ ଗୋଟିଏ ବାର୍ଷିକ ଚର୍ଚ୍ଚା କାର୍ଯ୍ୟକ୍ରମ ରୂପେ ଆରମ୍ଭ ହୋଇଥିଲା। ଆଜି ଏହା ସ୍ୱାଭାବିକ ଭାବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି । ବର୍ତ୍ତମାନ ଏହା ଦେଶବ୍ୟାପୀ ସାମୂହିକ ପ୍ରୟାସ ପାଲଟିଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସମଗ୍ର କଲ୍ୟାଣକୁ କେନ୍ଦ୍ରରେ ରଖାଯାଇଛି ଏବଂ ମାତାପିତା ଏବଂ ଶିକ୍ଷକ ଏହି ସହଭାଗୀ ଉତ୍ତରଦାୟିତ୍ୱରେ ସକ୍ରିୟ ଅଂଶୀଦାର ମଧ୍ୟ ହୋଇପାରିଛନ୍ତି ।
ଚଳିତ ବର୍ଷ ଅଂଶଗ୍ରହଣର ବ୍ୟାପକତା ଏହି କାର୍ଯ୍ୟକ୍ରମର ଗଭୀରତାକୁ ପ୍ରତିଫଳିତ କରୁଛି। ସାଢ଼େ ୪ କୋଟିରୁ ଅଧିକ ପଞ୍ଜୀକରଣ ସହିତ, ପରୀକ୍ଷା ପେ ଚର୍ଚ୍ଚା ପୂର୍ବ ଗିନିଜ୍ ବିଶ୍ୱ ରେକର୍ଡକୁ ଅତିକ୍ରମ କରିଛି । ଏହା ଲୋକ ସମ୍ପର୍କ ଠାରୁ ଆଗକୁ ବଢ଼ି ସାମୂହିକ ଗୁରୁଦାୟିତ୍ୱର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ଅଭୂତପୂର୍ବ ଅଂଶଗ୍ରହଣ ଏକ ସକ୍ଷମ ପରିବେଶ ସୃଷ୍ଟି କରିବାର ଏକ ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରିଥାଏ ଯେଉଁଠାରେ ପ୍ରତ୍ୟେକ ପିଲା ଶିଖିପାରିବେ, ବିକଶିତ ହୋଇପାରିବେ ଏବଂ ପ୍ରକୃତରେ ଉନ୍ନତି କରିପାରି‌େବ।

Related Post