Breaking News
ରାଜନୀତି

କହିଲି ଲାଗେନା, ଲାଗିଲୁ... ନାମ ‌‌ନେ: ଅରିନ୍ଦମ

କହିଲି ଲାଗେନା, ଲାଗିଲୁ... ନାମ ‌‌ନେ:  ଅରିନ୍ଦମ

ପାଣିକୋଇଲି: ଯାଜପୁରଜିଲ୍ଲା କୋରେଇ ବ୍ଲକ୍‌ କରଦା ପଞ୍ଚାୟତ ହରିହାଟ ମେଳା ପଡ଼ିଆରେ ସପ୍ତାହେ ଧରି ଚାଲିଥିବା କରଦା ହରିହାଟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ ନିଜର ମନର କଥା କହିବା ସହ ନାଁ ନ ନେଇ ଶାଳକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଇଙ୍ଗିତ କରି ବର୍ଷିବା ସହିତ କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ପ୍ରଶଂସାରେ ପୋତିଥିଲେ। ତେବେ ଏକ ସିନେମାର ସଂଳାପ ଛଳରେ ଶ୍ରୀରାୟ ଶାଳକଙ୍କୁ ଧୋଇଥିଲେ... ରାଜା ଝିଅ ସହ ହୋଇଗଲା ଭାବ... କହିଲି ମୋ ସାଂଗରେ ଲାଗେନା ଲାଗିଲୁ, ଏବେ ନାମ ‌ନେ... ବୋଲି କହିଥି‌ଲେ। ଅରିବିନ୍ଦଙ୍କ ଏହି ସଂଳାପରେ ସିଧାଳସଖ ସେ ବବିଙ୍କ ନାମ ନେଇନଥିଲେ ମଧ୍ୟ ଉପସ୍ଥିତ ଦର୍ଶକମାନଙ୍କ ତାଳିମାଡ଼ରେ ପୂରା ମହୋତ୍ସବ ପଡ଼ିଆ କମ୍ପି ଉଠିଥିଲା। ନିଜ ଶାଳକଙ୍କୁ ଆକ୍ଷେପ କରି ସେ ଏଭଳି କହୁଥିବା ଦର୍ଶକ ବୁଝିଯାଇଥିଲେ। ଶ୍ରୀ ରାୟ କହିଥିଲେ, ଯାଜପୁର ସହ ତାଙ୍କର ନିବିଡ଼ି ସଂପର୍କ ରହିଛି। ହେଲେ ସେ ଦୁଇବର୍ଷ ହେଲା ଏଠାକୁ ଆସିନାହାନ୍ତି। ଏଭଳି କହି ତାଙ୍କ ମନରେ ଥିବା ଆକ୍ରୋଶକୁ ସାମନାକୁ ଆଣିଥିଲେ। କେବଳ କୋରେଇ ବିଧାୟକ ଆକାଶ ଭାଇଙ୍କ ଡାକରାରେ ଓ ଏଠାକାର ଲୋକଙ୍କ ଭଲପାଇବା ତାଙ୍କୁ ଏଠାକୁ ଟାଣିଆଣିଥିବା ସେ କହିଥିଲେ।

Related Post