ଯୋରନ୍ଦା: ଯୋରନ୍ଦା ମହିମାଗାଦିରେ ୧୫୩ତମ ପ୍ରଭୁପୂର୍ଣ୍ଣିମା ଉତ୍ସବ ବା ଯୋରନ୍ଦା ମେଳାର ଦ୍ୱିତୀୟ ଦିନ ରବିବାର ଦେଶ ପୂର୍ଣ୍ଣିମା ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଧୁନି ଓ ଯଜ୍ଞରେ ମାନସିକ ଘିଅ ଓ ନଡ଼ିଆ ପ୍ରଦାନ କରିଥିଲେ। ଶନିବାର ପରି ରବିବାର ମଧ୍ୟ ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର ଓ ଦଲକ ଉପାସନା ପୀଠରେ ବୃହତ୍ ଝାଡ଼ ଦର୍ଶନ ପାଇଁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ପ୍ରଭୁଙ୍କର ତ୍ରିବେଳା ନୀତି ସମ୍ପନ୍ନହୋଇ ଅପରାହଣ ୩ଟାରେ ଝାଡ଼ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ନୀତିିକୂଅରୁ ରୁପାଗରାରେ ପାଣି ଅଣାଯାଇ ମନ୍ଦିର ଶୋଧନ କରାଯାଇ ସୁନାଗିନାରେ ଚନ୍ଦନ,ଅଗୁରୁ, କର୍ପୁର ପାଣି ସିଞ୍ଚନ କରାଯାଇଥିଲା। ୨୨ ମୂର୍ତ୍ତି ବଳ୍କଳଧାରୀ ସନ୍ନ୍ୟାସୀ ସୁନା ଓ ରୁପା ଚାମରରେ ମନ୍ଦିର ଚତୁୁଃପାର୍ଶ୍ୱରେ ଚାମର ସେବା କରିଥିଲେ। ଢୋଲ, ମାଦଳ, ତୁରି ଓ ଭେରି ବାଦ୍ୟର ତାଳେ ତାଳେ ସାଧୁୁ ଓ ଭକ୍ତଙ୍କ ମହିମା ଅଲେଖ ଡାକରେ ପରିବେଶ ପ୍ରକମ୍ପିତ ହୋଇଥିଲା।ସନ୍ଧ୍ୟା ନୀତି ପରେ ଅପରାହ୍ଣ ୪ଟା ୫୦ରେ ଗାଦିିମନ୍ଦିର ପଶ୍ଚିମ ପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବାଙ୍କ ତତ୍ତ୍ବାବଧାନରେ ବନମାଳୀ ବାବା ଝାଡ଼ରେ ଅଗ୍ନି ସଂଯୋଗ କରିଥିଲେ। ଦକ୍ଷିଣ ଦ୍ୱାରରେ ସତ୍ୟବ୍ରତ ବାବା, ପୂର୍ବଦ୍ବାରରେ ଅଭୟ ବାବା ଓ ଉତ୍ତରଦ୍ବାରରେ ସନ୍ନ୍ୟାସୀ ବାବା ଝାଡ଼ରେ ଅଗ୍ନିସଂଯୋଗ କରିଥିଲେ। ଧୁନିମନ୍ଦିରର ଚାରିଦ୍ୱାରରେ ମଧ୍ୟ ଭକ୍ତମାନେ ଧୁନିରେ ଘିଅ, ନଡ଼ିଆ ପକାଇଥିଲେ। କୌପୀନଧାରୀ ମହିମା ସମାଜ ଆନୁକୂଲ୍ୟରେ ଅଖଣ୍ଡ ଜ୍ୟୋତିମନ୍ଦିର ଓ ଉପାସନା ପୀଠରେ ସମସ୍ତ ନୀତି ପାଳନ କରାଯାଇ ଝାଡ଼ବତିରେ ସଭାପତି ରଘୁନାଥ ବାବାଙ୍କ ଦ୍ୱ୍ବାରା ଅଗ୍ନି ସଂଯୋଗ କରାଯାଇଥିଲା। ଶୂନ୍ୟମନ୍ଦିରରେ ଛୋଟ ଝାଡ଼ ଜଳିଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ତତ୍ତ୍ବାବଧାନରେ ମେଳା ପରିଚାଳିତ ହେଉଛି। ରବିବାର ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ମହିମାଗାଦିକୁ ଆସି ଏଠାକାର ବିକାଶ କାର୍ଯ୍ୟର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସହ ହେଲିପ୍ୟାଡ୍ ଓ ପୁଲିସ ବ୍ୟବସ୍ଥା କରାଯାଇଥିଲା। ସେହିପରି ଗାଦିମନ୍ଦିର ଓ ଦଲକ ଝାଡ଼ବତି ପୀଠରେ ଝାଡ଼ଦର୍ଶନ ପାଇଁ ସାଧୁ ସମାଜ ଅପେକ୍ଷା କରିଥିଲେ। ସଭା ମଣ୍ଡପରେ ମଧ୍ୟ ବହୁସଂଖ୍ୟକ ସାଧୁସନ୍ଥ ଓ ସ୍ଥାନୀୟ ଜନସାଧାରଣ ଅପରାହ୍ଣ ୪ଟା ଠାରୁ ଅପେକ୍ଷା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ୍ ହେବାରୁ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନଡ଼ିଆ ବାଡେ଼ଇ ମହିମାଗାଦି ଉନ୍ନତୀକରଣ କାର୍ଯ୍ୟର ଉଦ୍ଘାଟନ କରିଥିଲେ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
ଧର୍ମ
ଯୋରନ୍ଦା ମେଳାର ଦ୍ବିତୀୟ ଦିନ: ମାଘ ପୂର୍ଣ୍ଣିମାରେ ୨ ଲକ୍ଷ ଭକ୍ତଙ୍କ ସମାଗମ, ଅପରାହ୍ଣ ୪ଟା ୫୦ରେ ଜଳିଲା ଝାଡ଼
- 02-02-26
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam