Breaking News
ବଡ଼ ଖବର

୫୦ ହଜାର ପରିବାରଙ୍କ ପାନୀୟ ଜଳ ଆଶା ଧୂଳିସାତ୍‌: ବେକାର ହୋଇଯିବ ୧୮୨ କୋଟିର ପ୍ରକଳ୍ପ

୫୦ ହଜାର ପରିବାରଙ୍କ ପାନୀୟ ଜଳ ଆଶା ଧୂଳିସାତ୍‌: ବେକାର ହୋଇଯିବ ୧୮୨ କୋଟିର ପ୍ରକଳ୍ପ

ଯାଜପୁର/ଦଶରଥପୁର: ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ୍‌ରେ ଫେଲ୍‌ ମାରିଛି ମେଗା ପାନୀୟ ଜଳ ପ୍ରକଳ୍ପ। ବୈଷୟିକ ଟିମ୍‌ର ଭୁଲ ପରାମର୍ଶ ଯୋଗୁଁ ୧୮୨ କୋଟି ଟଙ୍କାର ଏକ ବୃହତ୍‌ ମେଗା ପାନୀୟଜଳ ପ୍ରକଳ୍ପ ଲୋକଙ୍କ ସେବାରେ ଆସି ପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି। ବୈତରଣୀ ନଦୀର  ସିଦ୍ଧେଶ୍ୱରଠାରେ ନିର୍ମାଣ ହୋଇଥିବା ଜଳ ବିଶୋଧନାଗାର ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସେ ସ୍ଥାନରେ ପାଣି ନାହିଁ। ଆବଶ୍ୟକ ପାଣି ମହଜୁଦ ରହୁନଥିବା ଓ ୪ ଫୁଟ ତଳେ ଜଳସ୍ତର ରହୁଥିବାରୁ ବାଲିରୁ ମୋଟର ଲଗାଇ ପାଣି ଉଠାଇବା ଅସମ୍ଭବ। ପାଣି ମହଜୁଦ ରହୁନଥିବା ସ୍ଥାନରେ ବୈଷୟିକ ଟିମ୍‌ କିଭଳି ଏଭଳି ଏକ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ତାକୁ ନେଇ ସନ୍ଦେହ ଉପୁଜିଛି। ୨୦୧୯ରେ ୧୮୨ କୋଟି ଟଙ୍କା ବ୍ୟୟରେ ଦଶରଥପୁର ବ୍ଲକ୍‌ରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ବ୍ଲକ୍‌ର ୩୫ଟି ପଞ୍ଚାୟତରେ ୨ଲକ୍ଷ ଲିଟର କ୍ଷମତାବିଶିଷ୍ଟ ୩୫ଟି ଓଭର୍‌ହେଡ୍‌ ଟାଙ୍କି ନିର୍ମାଣ ହେବାର ଥିଲା। ଉକ୍ତ ଓଭର୍‌ହେଡ୍‌ ଟାଙ୍କିଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ତଳିହା ପଞ୍ଚାୟତ ଗାରେଡ଼େଶ୍ୱରଠାରେ ଏକ ବୃହତ୍‌ ପ୍ରକଳ୍ପ ନିର୍ମାଣ କରାଯାଇଛି। ହେଲେ ବୈତରଣୀ ନଦୀର ସିଦ୍ଧେଶ୍ୱରଠାରେ ବିଶୋଧନାଗାର ନିକଟରେ ଆବଶ୍ୟକ ମୁତାବକ ପାଣି ମହଜୁଦ ରହୁନାହିଁ। ନଦୀ ଶୁଖିଲା ପଡ଼ିଥିବାରୁ ଏଠାରୁ ମୋଟର ଲଗାଇ ପାଣି ଉଠାଯାଇପାରୁନାହିଁ। ଆବଶ୍ୟକ ପାଣି ରଖିବାକୁ କୌଣସି ବ୍ୟବସ୍ଥା କରାଯାଇନାହିଁ।

Related Post