Breaking News
ଖେଳ

କ୍ରିକେଟ୍‌କୁ ନା ସୁଟିଂକୁ ହଁ ପଦାରେ ପଡ଼ିଲା ବାଂଲାଦେଶର ଦୋମୁହାଁ ନୀତି,

କ୍ରିକେଟ୍‌କୁ ନା ସୁଟିଂକୁ ହଁ ପଦାରେ ପଡ଼ିଲା ବାଂଲାଦେଶର ଦୋମୁହାଁ ନୀତି,

ଢାକା: ବିଶ୍ବକପ୍‌ ଲାଗି ନିଜ ଦେଶର କ୍ରିକେଟ୍‌ ଦଳକୁ ଭାରତ ପଠାଇବାକୁ ମନା କରି ଦେଇଛି ବାଂଲାଦେଶର କାମଚଳା ମହମ୍ମଦ ୟୁନୁସ ସରକାର। ଏପରିକି କୋଟିକୋଟି ଟଙ୍କାର ଆର୍ଥିକ କ୍ଷତି ସହିବା ସତ୍ତ୍ବେ କେବଳ ରାଜନୈତିକ ଲାଭ ପାଇଁ ୟୁନୁସଙ୍କ ପ୍ରରୋଚନାରେ ବାଂଲାଦେଶ କ୍ରିକେଟ୍ ଦଳ ଭାରତରେ ମ୍ୟାଚ୍ ଖେଳିବ ନାହିଁ ବୋଲି ଦାବି କରି ବିଶ୍ବକପ୍‌ ଭଳି ବଡ଼ ପ୍ରତିଯୋଗିତାରୁ ଓହରି ଯାଇଛି। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଜୀବନ ପର୍ଯ୍ୟନ୍ତ ବିସିବି ଅଧିକାରୀମାନେ ସବୁଠି ଭାରତରେ ନିଜ ଦେଶର କ୍ରିକେଟ୍ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଦାବି କରି ଆସୁଛନ୍ତି। ଏବେ କିନ୍ତୁ ବାଂଲାଦେଶ ସରକାର ସେଠାକାର ସୁଟିଂ ଦଳକୁ ଭାରତ ଆସି ଏସୀୟ ପ୍ରତିଯୋଗିତା ଖେଳିବାକୁ ଅନୁମତି ଦେଇଛି। ଫଳରେ କ୍ରୀଡ଼ା କ୍ଷେତ୍ରରେ ବାଂଲାଦେଶ ସରକାର ଅନୁସରଣ କରୁଥିବା ଦୋମୁହାଁ ନୀତି ପଦାରେ ପଡ଼ିଛି।ସେହିଭଳି ଭାରତରେ ତା’ ଖେଳାଳିଙ୍କ ସୁରକ୍ଷା ପ୍ରତି ବପଦ ରହିଛି ବୋଲି ମିଛ ପ୍ରଳାପ କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଅସଲ ମୁଖା ଖୋଲି ଯାଇଛି। ନୂଆଦିଲ୍ଲୀର କର୍ଣ୍ଣି ସିଂହ ସୁଟିଂ ରେଞ୍‌ରେ ଫେବ୍ରୁଆରି ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ ସୁଟିଂ ଚାମ୍ପିଅନ୍‌ସିପ୍‌ରେ ବାଂଲାଦେଶର ଦୁଇ ଜଣ ସୁଟର୍‌ ଅଂଶଗ୍ରହଣ କରିବେ। ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କ ଭାରତ ଗସ୍ତକୁ ବାଂଲାଦେଶ ସରକାର ମାତ୍ର କିଛି ଘଣ୍ଟା ଭିତରେ ମଞ୍ଜୁରି ପ୍ରଦାନ କରିଛି।

Related Post