Breaking News
ରାଜନୀତି

ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା

ଭାରତ ଉପରେ ଆମେରିକା ଶୁଳ୍କ କମାଇବା ସମ୍ବାବନା

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତିରିକ୍ତ ଶୁଳ୍କ ହ୍ରାସ ନେଇ ଆଶା ଏବେ ଉଜ୍ଜଳ ହୋଇଛି। ଭାରତ ଉପରୁ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ କମାଇପାରେ ବୋଲି ଆମେରିକୀୟ ଟ୍ରେଜେରି ସେକ୍ରେଟାରି ବେସେଣ୍ଟ ସ୍କଟ୍‌ ଆଜି ସଂକେତ ଦେଇଛନ୍ତି। ଡାଭୋସଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ସମ୍ମିଳନୀ ପରିପ୍ରେକ୍ଷୀରେ ଏକ ଆଲୋଚନା ଅବସରରେ ସାମ୍ବାଦିକମାନଙ୍କୁ ଶୁଳ୍କ ହ୍ରାସ ନେଇ ସ୍କଟ୍‌ ଇଙ୍ଗିତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତକୁ ଇତିମଧ୍ୟରେ ରୁଷ୍‌ରୁ ତୈଳ ଆମଦାନି ହ୍ରାସ କରିଛି। ତେଣୁ ଭାରତ ଆମେରିକା ବାଣିଜ୍ୟ କ୍ଷେତ୍ରରେ ଏହା ଆଉ ଏକ ସଫଳତା ହୋଇପାରିବ। ଏହି ତୈଳ ଆମଦାନି ହ୍ରାସକୁ ବିଚାରକୁ ନେଇ ଆମେରିକା ଭାରତ ଉପରେ ଲଗୁ କରିଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏବେ ବିଚାର କରିପାରିବ। ସୂଚନାଯୋଗ୍ୟ ଗତ ବର୍ଷ ଅଗଷ୍ଟ ମାସରେ ଆମେରିକା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଏହାର ଶୁଳ୍କ ହାର ଦୁଇଗୁଣ କରି ଦେଇଥିଲା। ୫୦ ପ୍ରତିଶତ ଶୁଳ୍କ ମଧ୍ୟରେ ଯେଉଁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ରହିଛି ତାହା ରୁଷୀୟ ତୈଳ ଆମଦାନି ଯୋଗୁ ଭାରତ ଉପରେ ଏକ ଜରିମାନା ସଦୃଶ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରିପେକ୍ଷେୀରେ ରୁଷିଆରୁ ତୈଳ ଆମଦାନି କରିବା ଅର୍ଥ ଯୁଦ୍ଧରେ ରୁଷିଆକୁ ଭାରତ ସମର୍ଥନ କରିବା ବୋଲି ଆମେରିକା ବିଚାର କରୁଥିଲା। ଯଦି ରୁଷିଆରୁ ତୈଳ ଆମଦାନି ଜାରି ରହେ, ତେବେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧିର ଧାରା ମଧ୍ୟ ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଥିଲେ। ତେବେ ଗତ ଡିସେମ୍ବରରେ ଭାରତ ରୁଷ୍‌ରୁ ଆମଦାନି କରିଥିବା ତୈଳ ପରିମାଣ ହ୍ରାସ ପାଇ ଦୁଇ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ସମୟରେ ଭାରତ ତୈଳ ଓ ପେଟ୍ରୋଲିଅମ୍‌ ରପ୍ତାନିକାରୀ (ଓପେକ୍‌) ରାଷ୍ଟ୍ରଗୁଡ଼ିକରୁ ଅଧିକ ତୈଳ ଆମଦାନି କରିଛି।

Related Post