Breaking News
ବଡ଼ ଖବର

ପୁଲିସକୁ ଅଡ଼ୁଆ ବଜ୍ରକାପ୍ତା କାତି ତଦନ୍ତ ପରିସରଭୁକ୍ତ ହେବେ ଆଇଆଇସି: ଏସିଏଫ୍‌

ପୁଲିସକୁ ଅଡ଼ୁଆ ବଜ୍ରକାପ୍ତା କାତି ତଦନ୍ତ ପରିସରଭୁକ୍ତ ହେବେ ଆଇଆଇସି: ଏସିଏଫ୍‌

ରଜନଗର: ଭିତରକନିକା ଅଞ୍ଚଳରେ ବଜ୍ରକାପ୍ତା ଦେଖାଯା’ନ୍ତି ନାହିଁ। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ସିଡ୍ୟୁଲ୍‌ ୱାନ୍‌ ପ୍ରଜାତିର ବିରଳ ବଜ୍ରକାପ୍ତା କାତି ଜବତ ହେବା ପ୍ରଥମ ଘଟଣା। ରାଜନଗର ବନ ବିଭାଗ ଏହି ରୢାକେଟ୍‌କୁ ଧରିବା ପରେ ବଜ୍ରକାପ୍ତା ଓ ହାତୀଦାନ୍ତ ଚୋରା କାରବାର କରୁଥିବା ଅନ୍ତଃରାଜ୍ୟ ଦଳ ସହ ଏମାନଙ୍କ ସମ୍ପର୍କ ଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ମୁତାବକ, ଅନ୍ତଃରାଜ୍ୟ ହାତୀ ଓ ବଜ୍ରକାପ୍ତା ଚୋରା କାରବାର କରୁଥିବା ଗ୍ୟାଙ୍ଗ ସହ ଗିରଫ ଅଭିଯୁକ୍ତଙ୍କର ସମ୍ପୃକ୍ତି ରହିଛି। ଗିରଫ ୩ ଅଭିଯୁକ୍ତଙ୍କ ମୋବାଇଲ୍‌ରେ ମୃତହାତୀ ଓ ବନ୍ୟପ୍ରାଣୀ ସମ୍ପର୍କରେ ବହୁ ଖବର ରହିଛି। ଜବତ ବଜ୍ରକାପ୍ତା କାତିକୁ ଅଭିଯୁକ୍ତମାନେ ଯାଜପୁରରୁ ଆଣିଥିଲେ। କୋଲକାତାରେ ୭ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍‌ କରିଥିଲେ। ଅନ୍ୟପଟେ, ଅଭିଯୁକ୍ତଙ୍କ ସହ ପଟ୍ଟାମୁଣ୍ଡାଇ ପୁଲିସର କ’ଣ ସମ୍ପର୍କ ରହିଛି? ପୁଲିସ ପାଖରେ ଏହି ଅନ୍ତଃରାଜ୍ୟ ଚୋରା କାରବାର ସମ୍ପର୍କରେ ପୂର୍ବରୁ ଖବର ଥିଲା କି? ନିଜ ଥାନା ଅଞ୍ଚଳରେ ଅନ୍ତଃରାଜ୍ୟ ଚୋରା କାରବାର ଚାଲୁଥିଲା ବେଳେ ପୁଲିସ କାହିଁକି ଚୁପ ବସିଥିଲା? ଏହିଭଳି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି।   ଏହି ଘଟଣାରେ ଆଇଆଇସି ତଦନ୍ତ ପରିସରଭୁକ୍ତ ହେବେ ଓ ତାଙ୍କୁ ପଚରାଉଚରା ପାଇଁ ଡକାଯିବ ବୋଲି ଏସିଏଫ୍‌ ଶ୍ରୀ ମଲ୍ଲିକ କହିଛନ୍ତି।

Related Post