Breaking News
ବଡ଼ ଖବର

ରାଉରକେଲାକୁ ପୁଣି ବିମାନ ଉଡ଼ାଇ ଆସିବି: କୋ-ପାଇଲଟ୍‌ ତରୁଣ ଶ୍ରୀବାସ୍ତବ

ରାଉରକେଲାକୁ ପୁଣି ବିମାନ ଉଡ଼ାଇ ଆସିବି: କୋ-ପାଇଲଟ୍‌ ତରୁଣ ଶ୍ରୀବାସ୍ତବ

ରାଉରକେଲା: ହସ୍ପିଟାଲରେ ୧୩ ଦିନ ଚିକିତ୍ସାହେବା ପରେ ସୁସ୍ଥହୋଇ ଶୁକ୍ରବାର ଘରକୁ ଫେରିଛନ୍ତି କୋ-ପାଇଲଟ୍‌ ତରୁଣ ଶ୍ରୀବାସ୍ତବ। ତରୁଣଙ୍କୁ କେକ୍‌ କାଟି ଓ ପୁଷ୍ପଗୁଚ୍ଛ ଦେଇ ହସ୍ପିଟାଲରୁ ବିଦାୟ ଦିଆଯାଇଥିଲା। ସାଥିରେ ଥିଲେ ତରୁଣଙ୍କ ପତ୍ନୀ ଓ ପରିବାର ଅନ୍ୟ ସଦସ୍ୟ।ଗତ ୧୦ ତାରିଖ ବିମାନ ଦୁର୍ଘଟଣା ସମ୍ପର୍କରେ ଛାତିଥରା ଅନୁଭୂତି ସାମ୍ବାଦିକଙ୍କ ଆଗରେ କହିଥିଲେ। ବିମାନ ଦୁର୍ଘଟଣା ସମୟରେ ସେ ବେହୋସ ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ କିଛି ଜାଣିପାରି ନଥିଲେ। ‌ କେବଳ ଏତିକି ମନେ ଅଛି ମୋତେ ଜଣେ ଯୁବକ ବିମାନ ଭିତରୁ ବାହାର କରି ଗାଡ଼ିରେ ବସାଇଥିଲେ। ହୋସ ଆସିବାବେଳେ ସେ ହସ୍ପିଟାଲ ଆଇସିୟୁରେ ଥିଲେ। ମୁଣ୍ଡ, ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ଅରୁଣ କୁମାର ସାହୁ, ଡାକ୍ତର ହିମାଂଶୁ, ଡାକ୍ତର ପ୍ରିୟଙ୍କା ନେତୃତ୍ବରେ ଗଠିତ ଡାକ୍ତରୀଟିମ୍‌ ତାଙ୍କର ଜୀବନ ବଞ୍ଚାଇଛନ୍ତି। ଭଗବାନ ଓ ଡାକ୍ତରୀଟିମ୍‌ର ଚିକିତ୍ସାରୁ  ଦ୍ବିତୀୟ ଜନ୍ମ ପାଇଛି। କୌଣସି ପରିସ୍ଥିତିରେ ଭୟ କରିବାର ନାହିଁ। ନିଜର କର୍ତ୍ତବ୍ୟ ଧୈର୍ଯ୍ୟର ସହ କରିବାର ଅଛି। ଯାହା ସେ ଓ ତାଙ୍କ ସହଯୋଗୀ ପାଇଲଟ୍‌ କରିଥିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପାଇଲଟ୍‌ ପୋଷାକ ପିନ୍ଧି ପୁଣି ବିମାନ ଉଡ଼ାଇବି। ଭୁବନେଶ୍ବରରୁ ରାଉରକେଲା ବିମାନ ଉଡ଼ାଇ ଆସିବି। ଆପଣମାନେ ମୋତେ ପାଇଲଟ୍‌ ପୋଷାକରେ ଖୁୂବ୍‌ ଶୀଘ୍ର ଦେଖିବେ ବୋଲି ସେ କହିଛନ୍ତି।

Related Post