Breaking News
ବଡ଼ ଖବର

ଚକ୍‌ମା ଦେଲେ ଅରବିନ୍ଦଙ୍କ ସମର୍ଥକ: ଶଙ୍ଖ ଭବନ ଘେରିଲେ, ନବୀନ ନିବାସ ପୁଲିସ ଛାଉଣି

ଚକ୍‌ମା ଦେଲେ ଅରବିନ୍ଦଙ୍କ ସମର୍ଥକ: ଶଙ୍ଖ ଭବନ ଘେରିଲେ, ନବୀନ ନିବାସ ପୁଲିସ ଛାଉଣି

ଭୁବନେଶ୍ବର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି। ଦୁଇଦିନ ତଳେ ପାଟକୁରାରୁ ବିଜେଡିର କିଛି ନେତା ଓ କର୍ମୀ ନବୀନ ନିବାସ ଆସି ଅରବିନ୍ଦଙ୍କ ନିଲମ୍ବନକୁ ସ୍ବାଗତ କରି ନବୀନଙ୍କୁ ଧନ୍ୟବାଦ ଦେଇଥିଲେ। ଆଜି ଭିନ୍ନ ଢଙ୍ଗରେ ତାହାର ଜବାବ ରଖିଛନ୍ତି ଅରବିନ୍ଦଙ୍କ ସମର୍ଥକ। ପାଟକୁରାରୁ ଶହ ଶହ ସଂଖ୍ୟାରେ ସମର୍ଥକ ଭୁବନେଶ୍ବର ଆସି ଶଙ୍ଖ ଭବନ ଘେରାଉ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଶଙ୍ଖ ଭବନ ଓ ନବୀନ ନିବାସରେ ପୁଲିସ ଛାଉଣି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆଜି ଅପରାହ୍‌ଣରେ ଅରବିନ୍ଦଙ୍କ ସମର୍ଥକମାନେ ଶଙ୍ଖ ଭବନ ନିକଟରେ ଏକାଠି ହୋଇଥିଲେ। ସେଠାରେ ସେମାନେ ଅରବିନ୍ଦଙ୍କ ନିଲମ୍ବନ ବିରୋଧରେ ନାରାବାଜି କରିଥିଲେ। ଅଘଟଣ ଆଶଙ୍କାରେ ଶଙ୍ଖ ଭବନ ଫାଟକ ବନ୍ଦ କରିଦିଆଯାଇଥିଲା।  ସମର୍ଥକମାନେ ଗଣମାଧ୍ୟମକୁ କହିଥିଲେ, ବିଧାୟକ କି ଦୁର୍ନୀତି ଓ ବିଶ୍ବାସଘାତକତା କରିଛନ୍ତି, ତାହାର ପ୍ରମାଣ ଦେବାକୁ ପଡ଼ିବ। ବିଧାୟକଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରାଯାଇ ତାଙ୍କୁ ବଦନାମ କରାଯାଉଛି। ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି। ଦଳ ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ।

Related Post