Breaking News
ବିଶେଷ

ଅପରେସନ୍ ହକ୍ ଆଇ: ସିରିଆରେ ଆଇଏସ ଶିବିର ଉପରେ ଆମେରିକାର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ଅପରେସନ୍ ହକ୍ ଆଇ: ସିରିଆରେ ଆଇଏସ ଶିବିର ଉପରେ ଆମେରିକାର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ଦାମାସକସ୍/ୱାଶିଂଟନ: ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍)ବାହିନୀ, ସହଯୋଗୀ ବାହିନୀ ସହିତ ମିଳିତ ହୋଇ ଅପରେସନ୍ ହକ୍ ଆଇ ଅଭିଯାନରେ ସିରିଆରେ ବହୁ ଆଇଏସଆଇଏସ ଶିବିର ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି। ସେଣ୍ଟକମ୍ ପକ୍ଷରୁ ଏସମ୍ପର୍କରେ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ପୋଷ୍ଟରେ କୁହାଯାଇଛି, ଏୟାର ଷ୍ଟ୍ରାଇକ୍ ଆମେରିକା ସମୟ ମଧ୍ୟାହ୍ନ ସାଢ଼େ ୧୨ଟାରେ ହୋଇଥିଲା।ସେଣ୍ଟକମ୍ କହିଛି, ଏୟାର ଷ୍ଟ୍ରାଇକ୍‌ରେ ସିରିଆରେ ଆଇଏସଆଇଏସ ଶିବିରଗୁଡିକୁ ଟାର୍ଗେଟ କରାଯାଇଥିଲା। ​​ଏହା ଦ୍ବାରା ଆମ ସୈନ୍ୟଙ୍କ ବିରୋଧରେ ହେଉଥିବା ଇସଲାମିକ୍ ଆତଙ୍କବାଦ ମୂଳପୋଛ ହେବ। ଭବିଷ୍ୟତର ଆକ୍ରମଣକୁ ରୋକିବା ଏବଂ ଏହି ଅଞ୍ଚଳରେ ଆମେରିକା ଏବଂ ସହଯୋଗୀ ବାହିନୀକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ମିଳିତ ବାହିନୀ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଆତଙ୍କବାଦୀଙ୍କୁ ଧ୍ବଂସ କରିବାକୁ ସଂକଳ୍ପବଦ୍ଧ।ସେଣ୍ଟକମ୍ କହିଛି, ୧୩ ଡିସେମ୍ବର ୨୦୨୫ରେ ସିରିଆର ପାଲମିରାରେ ଆମେରିକୀୟ ଏବଂ ସିରିଆନ ସେନା ଉପରେ ଆଇଏସଆଇଏସ ଆକ୍ରମଣର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ୧୯ ଡିସେମ୍ବର ୨୦୨୫ରେ ଅପରେସନ୍ ହକ୍ ଆଇ ଷ୍ଟ୍ରାଇକ୍ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେଣ୍ଟକମ୍ ଅନୁଯାୟୀ, ଏହି ଆକ୍ରମଣ ଜଣେ ଆଇଏସଆଇଏସ ଆତଙ୍କବାଦୀ ଦ୍ୱାରା କରାଯାଇଥିଲା। ଏଥିରେ ଦୁଇ ଜଣ ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ବେସାମରିକ ଅନୁବାଦକଙ୍କ ମୃତ୍ୟୁ ହୋଇଥିଲା।

Related Post