Breaking News
ବିଶେଷ

ଦିଲ୍ଲୀ ଦଙ୍ଗା ଷଡ୍‌ଯନ୍ତ୍ର: ଅଭିଯୁକ୍ତ ଉମର ଖାଲିଦଙ୍କୁ ଜୋହରାନ ମାମଦାନିଙ୍କ ସମର୍ଥନ

ଦିଲ୍ଲୀ ଦଙ୍ଗା ଷଡ୍‌ଯନ୍ତ୍ର: ଅଭିଯୁକ୍ତ ଉମର ଖାଲିଦଙ୍କୁ ଜୋହରାନ ମାମଦାନିଙ୍କ ସମର୍ଥନ

ନ୍ୟୁୟର୍କ/ନୂଆଦିଲ୍ଲୀ: ନ୍ୟୁୟର୍କ ସିଟିର ନୂଆ ମେୟର ଜୋହରାନ ମାମଦାନି ଦିଲ୍ଲୀ ଦଙ୍ଗା ଷଡ୍‌ଯନ୍ତ୍ରର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଜେଏନ୍‌ୟୁ ଛାତ୍ର ଉମର ଖାଲିଦଙ୍କୁ  ସମର୍ଥନ କରି ଏକ ଚିଠି ଲେଖିଛନ୍ତି। ଏହି ଚିଠି ଡିସେମ୍ବର ୨୦୨୫ରେ ଉମରଙ୍କ ବାପାମା’ଙ୍କୁ ଭେଟିବା ପରେ ଲେଖାଯାଇଥିଲା ଏବଂ ସେମାନଙ୍କ ମାଧ୍ୟମରେ ଏହା ଉମରଙ୍କ ପାଖରେ ପହଞ୍ଚିଛି। ଚିଠିଟି ଉମରଙ୍କ ଜଣେ ବନ୍ଧୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।ମାମଦାନି ଚିଠିରେ ଲେଖିଛନ୍ତି: ‘ମୁଁ ଆପଣଙ୍କ କଥାଗୁଡ଼ିକୁ ବାରମ୍ବାର ଭାବୁଛି, ଆପଣଙ୍କ  ବାପାମା’ଙ୍କୁ ଭେଟିବା ପରେ ଆମେ ଏ ବିଷୟରେ ଅଧିକ ଚିନ୍ତା କରୁଛୁ। ଆମେ ସବୁ ଆପଣଙ୍କ ସଂପର୍କରେ ଭାବୁଛୁ।’ ମାମଦାନିଙ୍କ ସମର୍ଥନ ସହିତ ଆମେରିକାର ୮ ଜଣ ସାଂସଦ ମଧ୍ୟ ଉମର ଖାଲିଦଙ୍କ ମାମଲାରେ ହସ୍ତକ୍ଷେପ କରିଛନ୍ତି।  ସେମାନେ ଭାରତର ରାଷ୍ଟ୍ରଦୂତ ବିନୟ କ୍ୱାତ୍ରାଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉମରଙ୍କୁ ଜାମିନ ଦେବା ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଶୀଘ୍ର ଓ ନ୍ୟାୟପୂର୍ଣ୍ଣ ବିଚାର କରିବାକୁ ଅନୁରୋଧ କରିଛନ୍ତି।

Related Post