Breaking News
ବଡ଼ ଖବର

ବ୍ୟାନରକୁ ନେଇ ଦୁଇ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବ୍ୟାନରକୁ ନେଇ ଦୁଇ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବଲ୍ଲାରୀରେ ବାଲ୍ମୀକିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ନାରା ଭାରତ ରେଡ୍ଡୀ ଏବଂ ଗାଲି ଜନାର୍ଦ୍ଦନ ରେଡ୍ଡୀଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଦେଖିବାକୁ ମିଳିଥିଲା। ଏହା ଭୟଙ୍କର ରୂପ ଧାରଣ କରି ଶେଷରେ ଗୁଳିଚାଳନା ହୋଇଥିଲା । ଏହି ଗୁଳି ଚାଳନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରସ୍ପର ବିରୋଧୀ ରାଜନୈତିକ ଦଳ ମଧ୍ୟରେ ବିବାଦ ଦେଖାଦେବା କଥା ସାଧାରଣ କଥା। କିନ୍ତୁ ଏହି ବିବାଦ ସମୟରେ କିଛି ଲୋକ ନିଜର ପ୍ରିୟ ଦଳକୁ ସମର୍ଥନ କରିବା ପାଇଁ ଆଇନକୁ ନିଜ ହାତକୁ ନେଇଥାନ୍ତି। ଆଉ ଶେଷରେ  ଅନେକ ଲୋକ ନିଜ ଜୀବନକୁ ଜାଣି ଜାଣି ଶେଷ କରିଦେଇଥାଆନ୍ତି।  ସେହିପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି। ଯେଉଁଠାରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଜଣେ ଲୋକ ମତ୍ୟୁବରଣ କରିଛନ୍ତି।  

Related Post