Breaking News
ବିଶେଷ

ଜମ୍ମୁରେ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ

ଜମ୍ମୁରେ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଏଥର ଶୀତ ଋତୁରେ ମଧ୍ୟ ଆତଙ୍କବାଦୀଙ୍କ ଆଡ଼ୁ ବଡ଼ ବିପଦ ରହିଛି।  ପିଓକେରୁ ଅନୁପ୍ରବେଶ ପାଇଁ ଅହରହ ଉଦ୍ୟମ ଚାଲିଛି। ଗୁଇନ୍ଦ ସଂସ୍ଥାଙ୍କ ଆକଳନ ଅନୁଯାୟୀ, ଜମ୍ମୁ ଅଞ୍ଚଳରେ ଏବେ ପ୍ରାୟ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଚିଲ୍ଲାଇ କଲାନ (ସବୁଠାରୁ ଭୀଷଣ ଶୀତର ୪୦ ଦିନ) ସମୟରେ ବରଫରେ ଲୁଚିବାକୁ ଚେଷ୍ଟା କରୁଥିବା ଏହି ଆତଙ୍କବାଦୀଙ୍କୁ ରୋକିବା ପାଇଁ ଭାରତୀୟ ସେନା କିସ୍ତୱାଡ଼ ଓ ଡୋଡା ଜିଲ୍ଲାରେ ଅଭିଯାନ ତୀବ୍ର କରିଛି। ସେନା ଓ ଅନ୍ୟ ସୁରକ୍ଷା ବାହିନୀ  ବରଫ ଆଚ୍ଛାଦିତ ଅଞ୍ଚଳ, ଜଙ୍ଗଲ ଓ ଦୁର୍ଗମ ଉପତ୍ୟକାରେ ନିୟମିତ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଏବଂ ଚଳିତ ସପ୍ତାହରେ ଏହାକୁ ବ୍ୟାପକ କରାଯାଇଛି।ଆତଙ୍କବାଦୀଙ୍କୁ କୌଣସି ନିରାପଦ ଆଶ୍ରୟ ନ ଦେବା, ସପ୍ଲାଇ ଲାଇନ୍ ଭାଙ୍ଗିବା ଓ ଜନବହୁଳ ଅଞ୍ଚଳକୁ ଆସିବାକୁ ରୋକିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ସ୍ପଷ୍ଟ ବାର୍ତ୍ତା ଯାଇଛି ଯେ କଠିନ ପାଗ ସେମାନଙ୍କୁ ଆଉ ସୁରକ୍ଷା ଦେବ ନାହିଁ। ଏହି ଅଭିଯାନରେ ଜମ୍ମୁ-କାଶ୍ମୀର ପୁଲିସ୍, ସିଆରପିଏଫ୍, ସ୍ପେସାଲ ଅପରେସନ୍ ଗ୍ରୁପ୍, ଫରେଷ୍ଟ ଗାର୍ଡ ଓ ଭିଲେଜ୍ ଡିଫେନ୍ସ ଗାର୍ଡଙ୍କ ମିଳିତ ସମନ୍ବୟ ରହିଛି। ଗୁଇନ୍ଦ ସୂଚନା  ଯୋଗୁଁ ଆତଙ୍କବାଦୀଙ୍କ ଗତିବିଧି ଓ ଲୁଚିବା ସ୍ଥାନର ସଠିକ୍ ଚିତ୍ର ପ୍ରସ୍ତୁତ କରି ଟାର୍ଗେଟେଡ୍ ଅପରେସନ୍ କରାଯାଉଛି।

Related Post