Breaking News
ବଡ଼ ଖବର

ଆଣ୍ଠେଇଛି ୨୦ କୋଟିର ବାଉଁଶଜୋର-ନୂଆଗାଁ ରାସ୍ତା, ୨ ବର୍ଷରେ ସରିନି ୪୦% କାମ

ଆଣ୍ଠେଇଛି ୨୦ କୋଟିର ବାଉଁଶଜୋର-ନୂଆଗାଁ ରାସ୍ତା, ୨ ବର୍ଷରେ ସରିନି ୪୦% କାମ

ରାଉରକେଲା: ଯାତାୟାତରେ ଧୋକାଦେଉଛି ଗ୍ରାମାଞ୍ଚଳ ରାସ୍ତା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ମନମାନି ଯୋଗୁ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି। ଖରା ଓ ଶୀତ ଦିନେ ଧୂଳିଧୂଆଁରେ ପୋତି ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ଯାଇପାରୁନାହାନ୍ତି। ବିଭାଗ କେବଳ ଠିକାସଂସ୍ଥାକୁ ତାଗିଦ କରି ତା’କାମ ସାରିଦେଉଥିବାରୁ ଏଭଳି ସମସ୍ୟା ଉପୁଜୁଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ-ବାଉଁଶଜୋର ପ୍ରାୟ ୧୪ କି.ମି. ମୁଖ୍ୟରାସ୍ତା ଏବେ ବ୍ଲକବାସୀ, ହଜାର ହଜାର ଗାଡ଼ିଚାଳକ ଓ ପଥଚାରୀଙ୍କ ପାଇଁ ଦୁଃଖ ପାଲଟିଛି।ରାସ୍ତା ସମ୍ପ୍ରସାରଣ, ମରାମତି ଓ ତିନିଟି ପୋଲ ନିର୍ମାଣ ବାବଦରେ ଆର୍‌ ଆଣ୍ଡ ବି ପକ୍ଷରୁ ୨୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଆଶ୍ଚର୍ଯ୍ୟ କଥା, କାମ ପାଇଥିବା ଠିକାସଂସ୍ଥା ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲା। ଠିକାସଂସ୍ଥାର ମାଲିକ ନିଜ ସମ୍ପର୍କୀୟ ନାଁରେ ଆଉ ଏକ ଲାଇସେନ୍ସରେ ଏହି କାମ କରୁଛନ୍ତି।କାଲୋସିରିଆ, ବାଉଁଶଜୋର ଓ ଗୋପରେ ତିନିଟି ପୋଲ ବର୍ଷେ ହେବ ଅଧପନ୍ତରିଆ ହୋଇପଡିଛି। ପୋଲ ଉପରେ ରାସ୍ତା ଦୁଇ ବର୍ଷ ମଧ୍ୟରେ ୨୦% ମଧ୍ୟ କରାଯାଇ ନାହିଁ। ଦୈନିକ ଶହଶହ ଗାଡ଼ି ପୋଲତଳେ ବିପଦପୂର୍ଣ୍ଣ ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି।

Related Post