Breaking News
ଅପରାଧ

୮ ବିଦ୍ୟୁତ୍ ତାର ଚୋରଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ

୮ ବିଦ୍ୟୁତ୍ ତାର ଚୋରଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ

ଖପ୍ରାଖୋଲ: ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମଗ୍ରୀ କାରଖାନା ଠାଵ l ବିଦ୍ୟୁତ୍ ତାର ଚୋରି ରାକେଟର ପର୍ଦାଫାସ କଲା ଖପ୍ରାଖୋଲ ପୁଲିସ lସୂଚନା ଅନୁସାରେ କିଛି ଦିନ ପୂର୍ବେ ଖପ୍ରାଖୋଲ ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ହେଉଥିବା ଦେଖା ଯାଉଥିଲା l ଏନେଇ ଖପ୍ରାଖୋଲ ପୁଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି କଣ୍ଟାବାଞ୍ଜି ଅଞ୍ଚଳରୁ ଆଠ ଜଣ ଚୋରଙ୍କୁ ଗିରଫ କରିଥିଲା। ଖାଲି ସେତିକି ନୁହେଁ, ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମାଗ୍ରୀ ନିର୍ମାଣ ହେଉଥିବା କାରଖାନା ଠାବ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହ ଚୋରି ବିଦ୍ୟୁତ ତାର କିଣିଥିବା  କାରଖାନା ମାଲିକ ପ୍ରକାଶ ବେହେରାଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡିଛି lଧରାପଡ଼ିଥିବା ଚୋରମାନେ କଣ୍ଟାବାଞ୍ଜି ଅଞ୍ଚଳର ଅଶୋକ ମଲ୍ଲିକ, ନୃପ ବଗର୍ତି, ପ୍ରଶାନ୍ତ ବଗର୍ତି, ରୋହିତ କୁମ୍ଭାର, ଭରତ କୁମ୍ଭାର, ମୁକେଶ ନାଏକ ଓ ସଞ୍ଜୟ ତାଣ୍ଡି ବୋଲି ଜଣା ପଡିଛି l ଚୋରମାନଙ୍କଠାରୁ ତିନିଟି ବାଇକ୍, ଗୋଟିଏ ଚାରି ଚକିଆ, ପିକଅପ ଓ ଆଠଟି ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ଚୋରି ବିଦ୍ୟୁତ ତାର ମଧ୍ୟ ଜବତ କରିଥିବା ବେଳେ ଆଗକୁ ତଦନ୍ତ ଜାରି ଥିବା ପୁଲିସ ସୂଚନା ଦେଇଛି l

Related Post