Breaking News
ବଡ଼ ଖବର

ରାତିଅଧରେ ଜଳିଲା ଏଣ୍ଡୁଅଙ୍କ ଘର, ତତକ୍ଷଣାତ୍ ସାହାଯ୍ୟ କଲେ ବିଧାୟକ

ରାତିଅଧରେ ଜଳିଲା ଏଣ୍ଡୁଅଙ୍କ ଘର, ତତକ୍ଷଣାତ୍ ସାହାଯ୍ୟ କଲେ ବିଧାୟକ

ଭୁବନ: ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନପୁର ଗ୍ରାମର ଗଙ୍ଗାମଳିକ ସାହିରେ ଅଧା ରାତିରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି। ଗ୍ରାମର ଏଣ୍ଡୁଅ ମଲ୍ଲିକଙ୍କ ପୁଅ ଵିଶ୍ଵନାଥ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକଙ୍କର ୨ଵଖରା ଲେଖାଏ ଘର ଜଳି ପୋଡ଼ିପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଭୁଵନ ଦମକଳ ବାହିନୀ ପହଞ୍ଚିଵା ପୂର୍ବରୁ ସମସ୍ତ ଆସବାବପତ୍ର ପାଉଁଶ ହୋଇଯାଇଥିଲା । ଶୁକ୍ରବାର ସକାଳ ସମୟରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପହଞ୍ଚି କ୍ଷତିଗ୍ରସ୍ତ ପରିଵାରଙ୍କୁ ପଲିଥିନ, ଚୁଡା ଚାଉଳ, ବସ୍ତ୍ର ସାହଯ୍ୟ କରିଵା ସହିତ ପ୍ରଶାସନିକ ଅଧିକାରୀ ତଥା ଭୁବନ ଵିଡିଓ ଆୟୂଷୀ ମହାପାତ୍ର ,ତହସିଲଦାର ଅନିଲ ମହାନ୍ତି ଓ ରାଜସ୍ବ ନିରୀକ୍ଷକ ରାଜେଶ ଭୋଇ, ସରପଞ୍ଚ ଉତ୍ତମ ପଣ୍ଡା, ଆତ୍ମା ସଭାପତି ଜଗବନ୍ଧୁ ପୃଷ୍ଟି, ଗ୍ରାମ ସଭାପତି ସୌମ୍ୟ ରଞ୍ଜନ ଧୀରଙ୍କ ଉପସ୍ଥିତରେ ସମସ୍ତ ସହାୟତା ବ୍ୟବସ୍ଥା କରିଥିଲେ ।

Related Post