ରାଉରକେଲା): ଶୀତଦିନ କହିଲେ ମନକୁ ଆସେ କୁହୁଡ଼ି ଘେରା ସକାଳ। ଗରମ ଚା’ଆଉ ହାଟଭର୍ତ୍ତି ସତେଜ ପରିବା। ସକାଳର ଶୀତଲହରି ସାଙ୍ଗକୁ କଅଁଳଖରାରେ ପରିବା କିଣାକିଣିର ଅନୁଭବ ନିଆରା। ଶୀତଋତୁର ସାଧାରଣତଃ ପରିବା ଦର କମିଥାଏ। ଆଉ ଏହି ସମୟରେ ବାହାଘର ଆଦି ଅନୁଷ୍ଠାନ ସାଙ୍ଗକୁ ବଣଭୋଜି ସମସ୍ତଙ୍କ ଚଳଚଂଚଳ କରିଦିଏ।ଏଥର ପୂର୍ବଭଳି ପରିବା ଦର ବିଶେଷ ହ୍ରାସ ପାଇନାହିଁ। ଆପଣ ଯଦି କମ୍ ଟଙ୍କା ନେଇ ବ୍ୟାଗ୍ ଭର୍ତ୍ତି ପରିବା ମିଳିବ ବୋଲି ହାଟକୁ ଯିବେ ତେବେ ଝଟ୍କା ଲାଗିପାରେ। ଡିସେମ୍ବର ମାସ ଅଧା ହେବାକୁ ବସିଲାଣି, ତଥାପି ପରିବା ଦର କମିନି।ସାଧାରଣତଃ ଏହି ସମୟରେ ଫୁଲକୋବି, ବନ୍ଧାକୋବି ପ୍ରଭୃତି ପରିବା ଶସ୍ତାରେ ମିଳିଥାଏ, ତାର ଦର ୫୦ ଟଙ୍କା ଯାଏ ରହିଛି। ସେହିପରି ଟମାଟୋ ଶୀତରେ ୨୦ ରୁ ୩୦ ଟଙ୍କାରେ ମିଳିବା କଥା, ତାହା ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଗାଜର, ସିମଳା ମରିଚ, ଗ୍ରିନ୍ ମଟର ଦର ମଧ୍ୟ ୮୦ ରୁ ୧୦୦ ଟଙ୍କା ରହିଛି। ଶାଗ ବିଡ଼ା ମଧ୍ୟ ୨୦ ଟଙ୍କାରୁ କମ୍ ନୁହେଁ। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଏଥର ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଓଡ଼ିଶାର ଅନେକ ସ୍ଥାନରେ ଶୀତକାଳୀନ ପରିବା ଚାଷ ନଷ୍ଟ ହୋଇଛି। ସ୍ଥାନୀୟ ଅମଳ ବଜାରକୁ ଆସିବା ବିଳମ୍ବ ହେଉଥିବାରୁ ବାହାର ରାଜ୍ୟ (ଝାଡ଼ଖଣ୍ତ , ଛତିଶଗଡ଼) ଉପରେ ନିର୍ଭର କରିବାକୁ ପଡ଼ୁଛି। ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ୍ ଉପରେ ପଡୁଛି। ଏହିଭଳି ଅବସ୍ଥା ଏବେ ରାଉରକେଲା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଜଣେ ଗୃହିଣୀଙ୍କ କହିବା କଥା, ପୂର୍ବରୁ ୨୦୦ ଟଙ୍କାରେ ସପ୍ତାହକର ପରିବା ହୋଇଯାଉଥିଲା। ଏବେ ୫୦୦ ଟଙ୍କା ନେଲେ ବି ବ୍ୟାଗ୍ ଭର୍ତ୍ତି ହେଉନି। ଡାଲମା କରିବାକୁ ଚାହିଲେ ବି ଦୁଇଥର ଭାବିବାକୁ ପଡ଼ୁଛି। ତେବେ ସ୍ଥାନୀୟ ବ୍ୟବସାୟୀଙ୍କ ମତରେ, ଆସନ୍ତା ୧୫-୨୦ ଦିନ ମଧ୍ୟରେ ଓଡ଼ିଶା ତଥା ସ୍ଥାନୀୟ ଅମଳ ବଜାରକୁ ପୂର୍ଣ୍ଣ ମାତ୍ରାରେ ଆସିବା ଆରମ୍ଭ ହେବ। ଥରେ ସ୍ଥାନୀୟ ପରିବା ଆସିଗଲେ ଦରଦାମ୍ ନିୟନ୍ତ୍ରଣକୁ ଆସିବ। ଶୀତଦିନେ ବଜାରରେ ଫୁଲକୋବିର ମୂଲ୍ୟ କମିବା କଥା କିନ୍ତୁ କେଜି ୫୦ ରୁ୬୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ହେବା ଏବଂ ଚାହିଦା ଅନୁସାରେ ଫୁଲକୋବି ବଜାରକୁ ନଆସିବାରୁ ଦର କମୁନି। ତେବେ, ଆସନ୍ତା ମାସକୁ ପରିବାର ଦର କମିଯିବ ବୋଲି କହିଛନ୍ତି।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam