ଭଦ୍ରକ(ହରିହର ନାୟକ ): ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ବିଜେଡିକୁ ବଞ୍ଚାଇବା ପାଇଁ ଭଣ୍ଡାରି ପୋଖରୀ ବିଧାୟକ ସଙ୍କଟ ମୋଚନ ସାଜିଥିଲେ। ମାତ୍ର ତାଙ୍କର ରାଜନୀତିରେ ପରିପକ୍ୱତା ନଥିବାରୁ ସେ ଦଳ ପାଇଁ ସଙ୍କଟ ମୋଚକ ହୋଇପାରିଲେ ନାହିଁ। ଦଳ ଆଉ ତାଙ୍କ ଉପରେ ଭରସା କରି ପାରିଲା ନାହିଁ। ଦଳ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ଜାଣିବା ପରେ ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରୁ ଡାକରା ଆସିଲା। ଗତକାଲି ଦଳର ୯ ନେତା ନବୀନ ନିବାସ ଯାଇ ଭଦ୍ରକ ଜିଲ୍ଲାରେ ଦଳକୁ ବଞ୍ଚାଇବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଉପରେ ଭରସା କରାଯାଇଛି। ନବୀନ ଦଳକୁ ଭଦ୍ରକରେ ବଞ୍ଚାଇବା ପାଇଁ ପ୍ରଫୁଲ୍ଲଙ୍କୁ ଦାୟିତ୍ଵ ଦେଇଛନ୍ତି।ଅନ୍ୟ ପକ୍ଷରେ ପ୍ରଫୁଲ୍ଲଙ୍କ ପୁତ୍ର ଲୁଲୁ ଦଳ ଛାଡି ବିଜେପି ମୁହାଁ ହୋଇଥିବା ବେକେ ତାଙ୍କ ନେତୃତ୍ଵରେ ଦକର ୪ ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ି ଏବେ ବିଜେପିରେ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଫୁଲ୍ଲ କଣ ଆଉ ତାଙ୍କ ପୁଅ ଲୁଲୁଙ୍କୁ ମନାଇ ଦଳକୁ ଫେରାଇ ଆଣିବେକି। ୪ ବ୍ଲକ ଅଧ୍ୟକ୍ଷ ଆଉ କଣ ବିଜେଡିକୁ ଫେରିବେ କି? ଆଉ କଣ ଲୁଲୁ ଫଟା ହାଣ୍ଡିରେ କାଦୁଆ ନେସିବାକୁ ଚାହିଁବେ କି? ଏଭଳି ପ୍ରଶ୍ନ ଏବେ ଭଦ୍ରକ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ହେଉଛି। ତେବେ ଆଗାମୀ ଦିନରେ ଭଦ୍ରକ ରାଜନୀତି କେଉଁ ଆଡ଼କୁ ଯାଉଛି।ଆସନ୍ତା ୭ ତାରିଖରେ ଭଦ୍ରକରେ ବିଜେପିର ହେବାକୁ ଥିବା ମହାମିଶ୍ରଣ ପର୍ବରେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମିଶିବା ପାଇଁ ଯେଉଁ ଯୋଜନା ଚାଲିଛି ତାହା ବାସ୍ତବରେ କାର୍ଯକାରୀ ହେବ ନା ପ୍ରଫୁଲ୍ଲ ବିଜେଡି ଦାୟିତ୍ଵ ନେବାପରେ ବିଜେପିକୁ ଯିବାକୁ ବସୁଥିବା ନେତାଙ୍କୁ ବ୍ରେକ ଦେବେ। ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି।ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ସମୂହ ଇସ୍ତଫା ଘଟଣା ଓ ଇସ୍ତଫା ପରେ ମିଶ୍ରଣକୁ ନେଇ ଚର୍ଚ୍ଚା ଭଦ୍ରକ ଜିଲ୍ଲା ରାଜନୀତିକୁ ଅଧିକ ଉଷ୍ଣ କରୁଛି। ଭଦ୍ରକ ଜିଲ୍ଲାରେ ୪ ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିବା ବିଜେଡିକୁ ଏକ ଶକ୍ତ ଧକ୍କା ଦେଇଛି। ରାଜନୀତିରେ ଏକ ବିଲକ୍ଷଣ ମନେହେଉଥିଲେ ମଧ୍ୟ ଏହା ପଛରେ ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ଭଦ୍ରକ, ବନ୍ତ, ଭଣ୍ଡାରି ପୋଖରୀ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ ଦୁଇଟି ପ୍ରସଙ୍ଗ ଉପରେ ରାଜନୈତିକ ସମୀକ୍ଷା ମତ ରଖୁଛନ୍ତି।