ରାଞ୍ଚି: ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ତେବେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ୍ ମାକରମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିକ୍ରମରେ ଏବେ ଦକ୍ଷିଣ ଆଫ୍ରିକା ପକ୍ଷରୁ ବୋଲିଂ କରାଯାଉଥିବାବେଳେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସୱାଲ ଭାରତ ପାଇଁ ଇନିଂସ ଓପନ କରିଛନ୍ତି। ଉଲ୍ଲେଖ ଥାଉ କି କୋଲକାତା ଟେଷ୍ଟ୍ରେ ଗିଲ୍ ଆହତ ହୋଇ ପ୍ରଥମ ଦିନଠାରୁ ବାଦ୍ ପଡ଼ିବା ପରେ ଗୁଆହାଟୀ ଟେଷ୍ଟ୍ରେ ଋଷଭ ପନ୍ତ୍ ନେତୃତ୍ବ ନେଇ ଶୃଙ୍ଖଳା ପରାଜୟର ଅପଯଶ ମୁଣ୍ଡାଇଥିଲେ। ଆଜି କେଏଲ ରାହୁଲଙ୍କ ଅଧୀନରେ ଦିନିକିଆ ଶୃଙ୍ଖଳା ଖେଳୁଛି ଭାରତ। ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ବିଜୟ ସହିତ ଭାରତୀୟ ଦଳ ସାମ୍ପ୍ରତିକ ସମୟରେ ଅପ୍ରତିଦ୍ବନ୍ଦ୍ବୀ ରହିଛି। ୨୦୨୩ ଦିନିକିଆ ବିଶ୍ବକପ୍ ହାରିବା ପରଠାରୁ ଭାରତ ଏହି ଫର୍ମାଟ୍ରେ ପ୍ରାଧାନ୍ୟ ବିସ୍ତାର କରିଛି। ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିପାରିବେ କି ନା ନିଶ୍ଚିତ ଏହି ଶୃଙ୍ଖଳା ସେମାନଙ୍କ ପାଇଁ ନିର୍ଣ୍ଣାୟକ ହେବ। ଏହି ଦୁହିଁଙ୍କ ଭଳି ଦକ୍ଷିଣ ଆଫ୍ରିକା ଦୃଷ୍ଟିକୋଣରୁ ମାଥ୍ୟୁ ବ୍ରିଜ୍କେଙ୍କ ଉପରେ ବି ନଜର ରହିଛି। ରାଞ୍ଚି ନିଜର ଷଷ୍ଠ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରୁଛି। ପୂର୍ବରୁ ଥରେ ମାତ୍ର ୩୦୦ରୁ ଊର୍ଧ୍ବ ସ୍କୋର୍ ହୋଇଛି। ଅନ୍ୟପଟେ ୨୦୦୬ ମସିହାର ପରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୧୦ଟି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଛନ୍ତି। ସେହିପରି ତେମ୍ବା ବଭୂମା ଆଉ ୫୯ ରନ୍ କଲେ, ଦକ୍ଷିଣ ଆଫ୍ରିକାର ୨୨ତମ ଖେଳାଳି ଭାବେ ଦିନିକିଆରେ ୨୦୦୦ ରନ୍ ପୂରଣ କରିବେ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam