Breaking News
ବଡ଼ ଖବର

ହାଇକୋର୍ଟରେ ଇଚ୍ଛାମୃତ୍ୟୁ ସଂପର୍କିତ ଜନସ୍ବାର୍ଥ ମାମଲା, ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ହାଇକୋର୍ଟରେ ଇଚ୍ଛାମୃତ୍ୟୁ ସଂପର୍କିତ ଜନସ୍ବାର୍ଥ ମାମଲା, ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ: ଇଚ୍ଛାମୃତ୍ୟୁ ପ୍ରସଂଗକୁ ନେଇ ଦାୟର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ୨୦୨୩, ଜାନୁଆରି ୨୪ର ନିର୍ଦ୍ଦେଶ ଅନୁସାରେ ଏକ କମିଟି ୨୦୨୩, ସେପ୍ଟେମ୍ବର ୭ରେ ଗଠନ କରାଯାଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡାକ୍ତର ବି.କେ.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନ୍ୟ ୯ଜଣ ସଦସ୍ୟଙ୍କୁ ନେଇ ଏହି କମିଟିର ପୁନର୍ଗଠନ କରାଯିବା ନେଇ ୨୦୨୫, ଏପ୍ରିଲ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟିର ବୈଠକ ମେ ୨୦ରେ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ଭାବେ ଆଡଭାନ୍ସ ମେଡିକାଲ ଡାଇରେକ୍ଟିଭ୍‌ (ଏଏମଡି) ମେଡିକାଲ କଲେଜ, ସୁପରସ୍ପେଶାଲିଟି ହସ୍ପିଟାଲ, ଅସାଧ୍ୟ ରୁପରେ ବେମାର ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ପାଇଁ କମିଟି ପରାମର୍ଶ ଦେଇଛି। କମିଟି ପରାମର୍ଶ ଅନ୍ତର୍ଭୁକ୍ତ କରି ଚିଠା ପ୍ରସ୍ତାବ କମିଟି ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରାଯାଇଛି ବୋଲି ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଥିଲା।

Related Post