Breaking News
ବିଶେଷ

ପୁନରୁଦ୍ଧାର ଆଳରେ ୧୩ କୋଟି ଟଙ୍କାର ମହାଦୁର୍ନୀତି: ସତ୍ତା ଖୋଜୁଛି ଐତିହାସିକ ‘ଅଳକା’

ପୁନରୁଦ୍ଧାର ଆଳରେ ୧୩ କୋଟି ଟଙ୍କାର ମହାଦୁର୍ନୀତି: ସତ୍ତା ଖୋଜୁଛି ଐତିହାସିକ ‘ଅଳକା’

ଜଗତସିଂହପୁର: ଯେଉଁ ନଦୀଶଯ୍ୟାରେ ଦିନେ ବ୍ରିଟିସ୍‌ ମାନଙ୍କ ବୋଟ୍ ଚାଲୁଥିଲା, ଯାହା କଡ଼ରେ ‘ଅଳକା ଆଶ୍ରମ’ ଗଢ଼ି ଉଠିଥିଲା, ସେହି ଐତିହାସିକ ଅଳକା ନଦୀ ଏବେ ମୃତପ୍ରାୟ। ନଦୀର ପୁନରୁଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ପ୍ରାୟ ୧୩ କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ବେଳେ ନଈ ଭିତରେ ଜବରଦଖଲରେ ନିର୍ମାଣ କାର୍ଯ୍ୟ ବଢ଼ି ଚାଲିଛି। ତଥ୍ୟ ଅନୁଯାୟୀ ଇଂରେଜମାନେ ଭାରତକୁ ଶାସନ କରିବାର ପ୍ରାୟ ଦୁଇଶହ ବର୍ଷ ପୂର୍ବରୁ ୧୬୩୩ ଖ୍ରୀଷ୍ଟାବ୍ଦରେ ଜଗତସିଂହପୁରକୁ ଆସିଥିଲେ। ମରିଚିକୋଟ ଦେଇ ବାଲିକୁଦାରେ ପହଞ୍ଚିବା ପରେ ଅଳକା ନଦୀ ବାଟେ ଜଗତସିଂହପୁର ସହରରେ ପହଞ୍ଚିଥିଲେ। ଏଠାରେ ସୂତା କାରଖାନା ବସାଇ ୭ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ କରିଥିଲେ। ଅଳକା ନଦୀ ଦେଇ କଞ୍ଚାମାଲ, ସୂତା, ପୋଷାକ ଆଦି ବୋଟ୍‌ ମାଧ୍ୟମରେ ସମୁଦ୍ର ପର୍ଯ୍ୟନ୍ତ ଯାଉଥିଲା। ବ୍ରିଟିସ୍‌ ନାବିକ ବ୍ରୁଟନ୍‌ ଏ କଥା ତାଙ୍କ ପୁସ୍ତକରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୦୩ ବର୍ଷ ପୂର୍ବେ ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ କୁହାଯାଉଥିବା ଅଳକାଶ୍ରମ ଏହି ଅଳକା ନଦୀ କୂଳରେ ଗଢ଼ା ଯାଇଥିଲା। ଜିଲ୍ଲାର ସର୍ବପୁରାତନ ଏସ୍‌ଭିଏମ୍ କଲେଜ ଓ ଅନ୍ୟତମ ଅଳକା କଲେଜ ଏହି ନଦୀ କୂଳରେ ଗଢ଼ି ଉଠିଥିଲା।

Related Post