Breaking News
ଅପରାଧ

ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ: ସାନ ଭାଇର ଛୁରା ମାଡ଼ରେ ଚାଲିଗଲା ବଡ଼ ଭାଇର ଜୀବନ

ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ: ସାନ ଭାଇର ଛୁରା ମାଡ଼ରେ ଚାଲିଗଲା ବଡ଼ ଭାଇର ଜୀବନ

ପାରଳାଖେମୁଣ୍ଡି: ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତିଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦୀପ ଦଳ ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସାନ ଭାଇ ଏକ ଛୁରାରେ ବଡ଼ ଭାଇଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଆର ଉଦୟଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାନ ଭାଇ ଫେରାର ହୋଇ ଯାଇଥିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମର ଶରୀର ଘଟଣା ସ୍ଥଳରେ ପଡ଼ି ରହିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।

Related Post