Breaking News
ବଡ଼ ଖବର

ଜାତିସଂଘ ଚେତାବନୀ ୨୦୨୫ ହେବ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ

ଜାତିସଂଘ ଚେତାବନୀ ୨୦୨୫ ହେବ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ

ଜେନେଭା: ଜାତିସଂଘ ଆଜି ଜଳବାୟୁ ସଙ୍କଟ ଉପରେ ଏକ କଠୋର ଚେତାବନୀ ଜାରି କରି ୨୦୨୫  ଏ ପର୍ଯ୍ୟନ୍ତ ଉପଲବ୍ଧ ବିଶ୍ବ ରେକର୍ଡରେ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ ହେବ ବୋଲି ଘୋଷଣା କରିଛି।  ୨୦୨୩ ଓ ୨୦୨୪ ସହ  ୨୦୨୫ ମଧ୍ୟ ଅଭୂତପୂର୍ବ  ରେକର୍ଡ ଭାଙ୍ଗୁଥିବା ଉଷ୍ମ ବର୍ଷର ଶୃଙ୍ଖଳା ଭିତରେ ରହିବ। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମଓ)ର ‘ଷ୍ଟେଟ୍‌ ଅଫ୍‌ ଦି କ୍ଲାଇମେଟ ୨୦୨୫ ଅପ୍‌ଡେଟ ସିଓପି୩୦’ ରିପୋର୍ଟରେ ୧୭୬ ବର୍ଷର ତଥ୍ୟ ବିଶ୍ଲେଷଣ କରି ଜଣାଇଛି ଯେ ୨୦୨୫ର ପ୍ରଥମ ଆଠ ମାସ ପ୍ରାକ୍‌-ଶିଳ୍ପ ଯୁଗର ହାରାହାରିଠାରୁ ୧.୪୨ ଡିଗ୍ରି ସେଲସିୟସ (୨.୫ ଡିଗ୍ରି ଫାରେନ୍‌ହାଇଟ) ଅଧିକ ଉଷ୍ମ ଥିଲା। ୨୦୨୪ରେ ଗ୍ରୀନହାଉସ ଗ୍ୟାସ୍‌ ସାନ୍ଦ୍ରତା ବିଶ୍ୱବ୍ୟାପୀ ୨.୩% ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି, ଯେଉଁଥିରେ ଭାରତ, ଚୀନ୍‌, ରୁଷ୍‌ ଓ ଇଣ୍ଡୋନେସିଆର ନିର୍ଗମନ ଏଥିରେ ବିଶେଷ ଭୂମିକା ନେଇଛି। ଗତ ଦଶନ୍ଧି (୨୦୧୫-୨୦୨୫) ରେକର୍ଡରେ ୧୧ଟି ଉଷ୍ମତମ ବର୍ଷ ରହିଛି ଏବଂ ସମୁଦ୍ରର ଉତ୍ତାପ ଓ ବାୟୁମଣ୍ଡଳୀୟ ଗ୍ୟାସ ନିରନ୍ତର ବୃଦ୍ଧି ପାଇଛି।  ଡବ୍ଲ୍ୟୁଏମ୍‌ଓ ମହାସଚିବ ସେଲେଷ୍ଟେ ସାଉଲୋ କହିଛନ୍ତି, ‘ଏହି ଅଭୂତପୂର୍ବ ଶୃଙ୍ଖଳା ସ୍ପଷ୍ଟ କରୁଛି ଯେ ଆଗାମୀ କିଛି ବର୍ଷରେ  ବିଶ୍ବ ତାପନ ୧.୫ ଡିଗ୍ରି ସେଲସିୟସ ସୀମା ରହିବା ପ୍ରାୟ ଅସମ୍ଭବ, କିନ୍ତୁ ଶତାବ୍ଦୀ ଶେଷ ସୁଦ୍ଧା ଏହାକୁ ଫେରାଇ ଆଣିବା ସମ୍ଭବ ଓ ଅତ୍ୟାବଶ୍ୟକ।  ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଏହାକୁ  ନୈତିକ ବିଫଳତା ବୋଲି ଅଭିହିତ କରି ତୁରନ୍ତ ବଡ଼ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

Related Post