୨୫ ବର୍ଷ ହେଲା ମହାକାଶରେ ପୃଥିବୀ ଚାରିପଟେ ନିରନ୍ତର ଘୂରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର(ଆଇଏସ୍ଏସ୍) ହେଉଛି ସବୁଠାରୁ ଦୀର୍ଘ କାଳ ଧରି କାର୍ଯ୍ୟକ୍ଷମ କକ୍ଷପଥ ପରୀକ୍ଷାଗାର। ତେବେ ଏହାର ଯାତ୍ରାର ଅନ୍ତିମ ପର୍ଯ୍ୟାୟ ନିକଟତର ହେଉଥିବାରୁ ୨୦୩୦ ମସିହା ଶେଷ ଭାଗରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏବଂ ଏହାର ବିଶ୍ୱବ୍ୟାପୀ ଅଂଶୀଦାରମାନେ ଆଇଏସ୍ଏସ୍କୁ ଅବସର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ମହାକାଶରୁ କକ୍ଷଚ୍ୟୁତ କରାଇ ପ୍ରଶାନ୍ତ ମହାସାଗରର ‘ପଏଣ୍ଟ୍ ନିମୋ’ରେ ଜଳ ସମାଧି ଦେବା ପାଇଁ ଯୋଜନା ହେଉଛି। ଉଲ୍ଲେଖଯୋଗ୍ୟ, ‘ଅନ୍ତରୀକ୍ଷ ଯାନଙ୍କ କବରସ୍ଥାନ’ ଭାବେ ଜଣାଶୁଣା ପ୍ରଶାନ୍ତ ମହାସାଗରର ପଏଣ୍ଟ୍ ନିମୋ ହେଉଛି ଏକ ବିରଳ ଅଞ୍ଚଳ, ଯାହା ପୃଥିବୀର ଯେକୌଣସି ଭୂଖଣ୍ଡରୁ ଦୂରତମ ସ୍ଥାନ। ତେଣୁ ମହାକାଶରୁ ଖସୁଥିବା ଅବଶେଷ ସେଠାରେ ପଡ଼ିଲେ ତାହା ଧନଜୀବନ ନଷ୍ଟ କରିବାର ଆଶଙ୍କା ସର୍ବନିମ୍ନ। ଅତୀତରେ, ଶହ ଶହ ମହାକାଶଯାନର ଧ୍ବଂସାବଶେଷକୁ ଏହି ମହାସାଗରୀୟ କବରସ୍ଥାନରେ ଲୀନ କରାଯାଇଛି, ଯେଉଁଥିରେ ରୁଷିଆର ମିର୍ ଷ୍ଟେସନ୍ ମଧ୍ୟ ଅନ୍ତର୍ଭୁକ୍ତ। କହିବା ବାହୁଲ୍ୟ, ଆଇଏସ୍ଏସ୍ ନିଜ କକ୍ଷରୁ ବିଚ୍ୟୁତ ହୋଇ ପୃଥିବୀ ଅଭିମୁଖେ ଫେରି ଆସିଲା ବେଳେ ତାହା ଅନେକ ପର୍ଯ୍ୟାୟରେ ଭାଙ୍ଗିଯିବ ବୋଲି ‘ନାସା’ ଇଞ୍ଜିନିଅରମାନେ ଆକଳନ କରୁଛନ୍ତି। ତେବେ ମଡ୍ୟୁଲ୍ର ବିଖଣ୍ଡନ ପୂର୍ବରୁ ପ୍ୟାନେଲ୍ ଓ ବାହ୍ୟ ଆବରଣ ପ୍ରଥମେ ପୃଥକ୍ ହୋଇଯିବ। ଅଧିକାଂଶ ଉପାଦାନ ବାୟୁମଣ୍ଡଳ ସହ ଘର୍ଷଣଜନିତ ଉଚ୍ଚ ତାପ ଯୋଗୁଁ ଜଳିଯିବ ଏବଂ ଶେଷରେ ଅବଶିଷ୍ଟାଂଶ ସମୁଦ୍ରରେ ପଡ଼ିବ। ସ୍କାଏଲ୍ୟାବ୍ ପରି ଭଗ୍ନାବଶେଷ ବିପଦକୁ ଏଡ଼ାଇବା ପାଇଁ ଆଇଏସ୍ଏସ୍ର ନିୟନ୍ତ୍ରିତ ବ୍ୟବସ୍ଥା କାର୍ଯ୍ୟ କରିବ। ବୈଜ୍ଞାନିକଙ୍କ କହିବାନୁଯାୟୀ, ପୃଥିବୀର ନିମ୍ନ କକ୍ଷପଥରେ ଭିଡ଼ ବୃଦ୍ଧି ପାଉଥିବାରୁ ଆଇଏସ୍ଏସ୍ର ନିର୍ଗମନ ନୂତନ ବାଣିଜ୍ୟିକ ମହାକାଶ ଷ୍ଟେସନ୍ ଏବଂ ବିଶ୍ୱ ସ୍ତରରେ ବିକଶିତ ଏକ ମହାକାଶ ରଣନୀତିକୁ ମଧ୍ୟ ଚିହ୍ନିତ କରିବ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam