Breaking News
ବିଶେଷ

ଚୁନାର ରେଳ ଷ୍ଟେସନରେ ହୃଦୟଥରା ଦୁର୍ଘଟଣା, ଟ୍ରେନ ଚକାରେ କଟିଗଲେ ଏକାଧିକ ତୀର୍ଥଯାତ୍ରୀ

ଚୁନାର ରେଳ ଷ୍ଟେସନରେ ହୃଦୟଥରା ଦୁର୍ଘଟଣା, ଟ୍ରେନ ଚକାରେ କଟିଗଲେ ଏକାଧିକ ତୀର୍ଥଯାତ୍ରୀ

ମିର୍ଜାପୁର: କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଗଲା ବଡ଼ ଅଘଟଣ। ଗଙ୍ଗାରେ ବୁଡ଼ ପକାଇବା ପୂର୍ବରୁ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମିର୍ଜାପୁରର ଚୁନାର ରେଳ ଷ୍ଟେସନରେ ପ୍ରାୟ ୪ଜଣ ତୀର୍ଥଯାତ୍ରୀ ଟ୍ରେନ୍ ଚକ‌ାରେ କଟି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବିଶେଷ ସୂଚନା ନେବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ SDRF ଏବଂ NDRF ଦଳଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ଏବଂ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନରୁ ଓହ୍ଲାଇ ରେଳ ଧାରଣା ପାର ହେବା ବେଳେ ଘଟିଲା ଦୁର୍ଘଟଣାସୂଚନା ମିଳିଛି ଯେ, ମୃତକମାନେ ୪ନମ୍ବର ପ୍ଲାଟଫର୍ମରେ ଚୋପନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ଓହ୍ଲାଇଥିଲେ। ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ ପାର ହେବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ସେତେବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏକ୍ସପ୍ରେସ ଟ୍ରେନ (କାଲକା ମେଲ) ସେମାନଙ୍କୁ ଧକ୍କା ଦେଇଥିଲା। ସମସ୍ତ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ବାହାରିଥିଲେ ବୋଲି ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିବା ବେ‌ଳେ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି।

Related Post