Breaking News
ବଡ଼ ଖବର

ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍‌କୁ ଟାର୍ଗେଟ କରିବ ବିଏମସି, ଦୈନିକ ଶୁଖିଲା ବର୍ଜ୍ୟରେ ୬୦% ପ୍ଲାଷ୍ଟିକ୍

ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍‌କୁ ଟାର୍ଗେଟ କରିବ ବିଏମସି, ଦୈନିକ ଶୁଖିଲା ବର୍ଜ୍ୟରେ ୬୦% ପ୍ଲାଷ୍ଟିକ୍

ଭୁବନେଶ୍ବର:  ଭୁବନେଶ୍ବର ସହରର ପ୍ରତ୍ୟେକ ବଜାରରେ ପଲିଥିନ୍ କ୍ୟାରି ବ୍ୟାଗ ଏବେ ବି ଭର୍ତ୍ତି ହୋଇ ରହିଥିବାରୁ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ ରଣନୀତିରେ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଛି। ଏନେଇ ପ୍ଳାଷ୍ଟିକ୍ ଉତ୍ପାଦନ ୟୁନିଟ୍‌ଗୁଡ଼ିକୁ ଟାର୍ଗେଟ କରିବାକୁ ବିଏମସି ଯୋଜନା କରିଛି। ପ୍ଲାଷ୍ଟିକ୍ ବିରୋଧରେ ଅଭିଯାନରେ ଦୋକାନୀଙ୍କୁ ଧରିବା ଏବଂ ଦଣ୍ଡିତ କରିବା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ ବୋଲି ଅଧିକାରୀ କହିଛନ୍ତି। ବିଏମସି କହିଛି ଯେ, ନିୟମିତ କାର୍ଯ୍ୟାନୁଷ୍ଠାନ ଏବଂ ସଚେତନତା ସହିତ ଯୋଗାଣକାରୀ ଏବଂ ନିର୍ମାତାମାନଙ୍କ ଉପରେ ଲଗାମ ଲଗାଇବାକୁ ବିଏମସି  ଚିନ୍ତା କରୁଛି। ପତଳା କ୍ୟାରି ବ୍ୟାଗ ତିଆରି କରୁଥିବା ଉତ୍ପାଦନ ୟୁନିଟ୍ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବିଏମସି  ଯୋଜନା କରିଛି।

Related Post