Breaking News
ବିଶେଷ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ମାଲକାନଗିରି: ୨୦୮ ମାଓବାଦୀ ଅସ୍ତ୍ର ଛାଡ଼ି  ହିଂସା ଛାଡ଼ି ଆତ୍ମସମର୍ପଣ କରିଛନ୍ତି। ସେମାନେ ଜଗଦଲପୁରଠା‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଉପସ୍ଥିତିରେ ଶାନ୍ତି ପଥକୁ ଆପଣାଇଛନ୍ତି ଲାଲ୍‌ବାହିନୀ। ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ ନେତୃତ୍ବରେ ଇନ୍ଦ୍ରାବତୀ ଏବଂ ମାଡ୍‌ ଡିଭିଜନର ୧୫୦ରୁ ଊର୍ଦ୍ଧ୍ବ ନକ୍ସଲ ଛତିଶଗଡ଼ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ ଥିଲେ। ବୁଧବାର ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ କେନ୍ଦ୍ରୀୟ କମିଟି ସଦସ୍ୟ ଭୂପତି ଓରଫ ବେଣୁଗୋପାଲ ୬୧ ନକ୍ସଲଙ୍କ ସହ ଆତ୍ମସମର୍ପଣ କରିଥିଲେ। ଜଣେ ପରେ ଜଣେ ଟପ୍‌ ମାଓ ନେତା ଆତ୍ମସମର୍ପଣ କରୁଥିବାରୁ ତଳ କ୍ୟାଡର ଆଉ ଜଙ୍ଗଲରେ ରହିବାକୁ ପସନ୍ଦ କରୁନାହାନ୍ତି। ମାଡ୍‌ ଡିଭିଜନ୍‌ ମୁଖ୍ୟ ରୂପେଶଙ୍କ ସହ ଶତାଧିକ ନକ୍ସଲ ଏହବ ଇନ୍ଦ୍ରାବତୀ ନଦୀକୂଳରେ ଏକାଠି ହୋଇଛନ୍ତି। ସମସ୍ତଙ୍କୁ ବସ‌୍ ଯୋଗେ ଜଗଦଲପୁର ନିଆଯିବ। ଭେରମଗଡ଼ରୁ ଇନ୍ଦ୍ରାବତୀ ନଦୀ ତଟ ପର୍ଯ୍ୟନ୍ତ ପୁଲିସ ଓ ଯବାନଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଲୋକଙ୍କୁ ଏହି ରାସ୍ତାରେ ଛଡ଼ାଯାଉନି। କାଙ୍କେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ ପାଇଁ ପହଞ୍ଚିଥିବା ସୂଚନା ମିଳିଛି। ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯିବ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିବେ। ସୂଚନାନୁଯାୟୀ ଆତ୍ମସମର୍ପଣକାରୀ ନକ୍ସଲଙ୍କ ସଂଖ୍ୟା ପ୍ରାୟ ୧୭୦। ସୂଚନାଯୋଗ୍ୟ, ମାଡ୍‌ ଡିଭିଜନର ସକ୍ରିୟ ନେତା ରୂପେଶଙ୍କ ନାମରେ ସରକାର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

Related Post