ବ୍ରହ୍ମପୁର: ମା’ ବଞ୍ଚିଲେ ଛୁଆ ବଞ୍ଚି ପାରୁନି। ଛୁଆ ବଞ୍ଚିଲେ ମା’ ଦୁନିଆ ଦେଖିପାରୁନି। ଘର ହେଉ କି ଡାକ୍ତରଖାନା, ଶହ ଶହ ମା’ ଓ ଛୁଆଙ୍କ ଜୀବନ ଚାଲିଯାଉଛି। ଅପରିପକ୍ବ ଗର୍ଭଧାରଣ, ରକ୍ତହୀନତା ସହ ପୁଷ୍ଟିହୀନତା ଶିଶୁମୃତ୍ୟୁର ପ୍ରମୁଖ କାରଣ ସାଜିଛି। ଗଞ୍ଜାମ ଜିଲ୍ଲାରେ ମାତୃ ମୃତ୍ୟୁହାର କମିବା ଯେତିକି ଆଶ୍ବସ୍ତି ଆଣିଛି, ଶିଶୁ ମୃତ୍ୟୁହାର ଗତ ୫ବର୍ଷରେ ୨ ଗୁଣା ବଢ଼ିବା ଅଧିକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ସମଗ୍ର ରାଜ୍ୟରେ ଶିଶୁ ମୃତ୍ୟୁହାର କମୁଛି। ଗତ ୨୦୨୦-୨୧ ମସିହାରେ ୧୩,୯୧୯ ଥିଲାବେଳେ ୨୦୨୪-୨୫ରେ ଏହା ୧୧,୭୪୯କୁ ଖସି ଆସିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଏ ସଂଖ୍ୟା ଓଲଟା । ୨୦୨୦-୨୧ରେ ଜିଲ୍ଲାରେ ୩୬୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦୨୪-୨୫ରେ ଏହା ୫୪୭ ଛୁଇଁଛି। ଯଦିଓ ୨୦୨୨-୨୩ରେ ଏହା ୯୨୨ ଓ ୨୦୨୩-୨୪ରେ ଏହା ୮୬୦ ରହିଥିଲା। ତଥାପି ଗୋଟିଏ ବର୍ଷରେ ୫୪୭ ଶିଶୁଙ୍କ ମୃତ୍ୟୁ ଆପଦକାଳୀନ ସ୍ଥିତି ସୃଷ୍ଟି କରିଛି କହିଲେ ଭୁଲ ହେବନି। ତେବେ ଜିଲ୍ଲାରେ ମାତୃ ମୃତ୍ୟୁହାର କମିଥିଲେ ବି ଭଲ ସ୍ଥିତିରେ ନାହିଁ। ୨୦୨୦-୨୧ରେ ମାତୃ ମୃତ୍ୟୁ ସଂଖ୍ୟା ଥିଲା ୭୧। ଏହା ଏବେ ପ୍ରାୟ ଅଧା ଖସି ୩୬ରେ ସୀମିତ। ୨ବର୍ଷ ଧରି ଏହା ଅପରିବର୍ତ୍ତିତ ରହୁଛି। ଜିଲ୍ଲାର ଏମ୍କେସିଜି ହସ୍ପିଟାଲକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ ସବୁ ଡାକ୍ତରଖାନାରେ ସ୍ତ୍ରୀ ରୋଗ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ ଅଭାବ ଦେଖିବାକୁ ମିଳୁଛି। ଦିନବେଳା ପ୍ରସବଜନିତ ରୋଗୀ ଆସିଲେ ଯାହା ତାହା ଚଳୁଛି ହେଲେ ସଞ୍ଜ ନଇଁଲେ ଅଧିକାଂଶ ସ୍ଥାନରେ ଡାକ୍ତର ରହୁନାହାନ୍ତି। ଫଳରେ ଗର୍ଭବତୀଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅଧିକ ବଢ଼ୁଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ି ରହିବା ଦ୍ବାରା ଜଟିଳ ସ୍ଥିତି ସୃଷ୍ଟି ହେଉଛି। ଏହାଦ୍ବାରା ପ୍ରସବ ସମୟରେ ଶିଶୁର ମୃତ୍ୟୁ ହେଉଛି। ସେହିପରି ବଡ଼ ଡାକ୍ତରଖାନାରେ ଯେତିକି ଶିଶୁ ୱାର୍ଡରେ ରହିପାରିବେ, ତା’ଠାରୁ ଅଧିକ ରହିବା ଦ୍ବାରା ସଂକ୍ରମଣ ଯୋଗୁଁ ମଧ୍ୟ ଶିଶୁମୃତ୍ୟୁ ହେଉଛି।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
ବିଶେଷ
ଗଞ୍ଜାମରେ ବଢ଼ୁଛି ଶିଶୁ ମୃତ୍ୟୁହାର: ୫ ବର୍ଷରେ ଦୁଇଗୁଣା, କମ୍ ବୟସରେ ଗର୍ଭଧାରଣ ଆଣୁଛି ସମସ୍ୟା
- 06-10-25
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam