Breaking News
ବଡ଼ ଖବର

ଋଷିକୂଲ୍ୟାର ଘାଇ: ୩୦ ଏକର ଚାଷଜମିରେ ମାଡ଼ିଗଲା ବନ୍ୟାପାଣି

ଋଷିକୂଲ୍ୟାର ଘାଇ: ୩୦ ଏକର ଚାଷଜମିରେ ମାଡ଼ିଗଲା ବନ୍ୟାପାଣି

ଧରାକୋଟ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଗଞ୍ଜାମର ଜୀବନ ରେଖା ଋଷିକୁଲ୍ୟା ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ବିଳମ୍ୱିତ ରାତିରେ ହଠାତ୍ ଜଳସ୍ତର ବଢ଼ିବା ଫଳରେ ନଦୀକୁଳିଆ ଲୋକେ ଆତଙ୍କିତ ହେବା ସହ ହଜାର ହଜାର ହେକ୍ଟର ଚାଷଜମିରେ ବାଲି ମାଡ଼ି ଯାଇଫସଲ ନଷ୍ଟ ହୋଇଛି। ଚାଷୀ କ୍ଷତିପୂରଣ ଦାବି କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଘେରି ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଗତ ଦୁଇ ଦିନର ଲଗାଣ ବର୍ଷାରେ ଗଞ୍ଜାମଜିଲ୍ଲା ବେହାଲ ହୋଇଛି। ଆଉ ଏହି ବର୍ଷାର ସ୍ଥିତିକୁ ଅଧିକ ବିଗାଡିଛି ଉପରମୁଣ୍ଡର ଅତ୍ୟଧିକ ବର୍ଷା। ଗତକାଲି ରାତି ପ୍ରାୟ ୧୦ଟାରେ ଋଷିକୁଲ୍ୟା ନଦୀରେ ଜଳସ୍ତର ବଢିଥିଲା। ଏହାର ପ୍ରଭାବରେ ନୂଆଗଡ଼, ବ୍ରହ୍ମଣଦେଇ ଆଦି ଗ୍ରାମ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଉପରେ ଜଳ ପ୍ରବାହିତ ହୋଇଥିଲା। ସେହିପରି ସିଙ୍ଗିପୁର, ଧବଳେଶ୍ଵର ଓ କୁସପଡା ଗ୍ରାମରେ ପାଣି ପଶିଥିଲା। କୁଶପଡା ନିକଟରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗି ଯିବା ଫଳରେ ବନ୍ୟାଜଳ ପଶି ଗ୍ରାମର ଚାଷୀମାନଙ୍କର ପ୍ରାୟ ୩୦ ଏକର ଜମିରେ ବାଲି ମାଡ଼ିଯାଇ ଫସଲ ନଷ୍ଟ ହୋଇଛି। ଧାନଜମିରେ ବାଲି ମାଡି ଯାଇଛି। ଏହା ସହ ଧାନ ଓ ଅନନ୍ୟ ପରିବା ଚାଷରେ ମଧ୍ୟ ନଦୀର ଜଳ ପଶି ବ୍ୟାପକ କ୍ଷତି ହୋଇଛି।

Related Post