Breaking News
ବିଶେଷ

ଜମ୍ମୁ-କାଶ୍ମୀରରେ ସେଓ ଫସଲ ନଷ୍ଟ: ସଙ୍କଟରେ ଚାଷୀ

ଜମ୍ମୁ-କାଶ୍ମୀରରେ ସେଓ ଫସଲ ନଷ୍ଟ: ସଙ୍କଟରେ ଚାଷୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସେଓ ଚାଷୀମାନେ ଚଳିତ ବର୍ଷା ଋତୁରେ ଅତ୍ୟଧିକ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗମ୍ଭୀର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। କାଶ୍ମୀର ଉପତ୍ୟକାରେ ଲଗାଣ ବର୍ଷା ସେଓ ଫସଲକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେଓ ଚାଷ ରାଜ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଙ୍ଗ ହୋଇଥିବା ବେଳେ ଅଞ୍ଚଳର ସୋପିଆନ, କୁଲଗାମ, ଅନନ୍ତନାଗ ଓ ବାରମୁଲା ଜିଲ୍ଲାରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସେଓ ବଗିଚା ନଷ୍ଟ ହୋଇଛି। କ୍ଷତିର ପରିମାଣ ଶହଶହ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି। ଅତ୍ୟଧିକ ବର୍ଷା ସେଓ ଗଛରେ  ରୋଗ ସୃଷ୍ଟି କରିବା ସହ ଓ ଫଳ ଝଡ଼ିବା ପ୍ରକ୍ରିୟା ବଢ଼ାଇ ଦେଇଛି। ଆର୍ଦ୍ରତା ଯୋଗୁଁ ଫଳର ଗୁଣବତ୍ତା ହ୍ରାସ ପାଇଛି ଏବଂ ଏହା  ବଜାର ମୂଲ୍ୟକୁ ପ୍ରଭାବିତ କରିଛି। ଅନ୍ୟପକ୍ଷରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ରାସ୍ତା ବନ୍ଦ ହେବାରୁ ଚାଷୀମାନେ ସେଓ ବଜାରକୁ ପହଞ୍ଚାଇ ପାରୁନାହାନ୍ତି ଏବଂ ଏଥିଯୋଗୁ ଆୟ  ଆହୁରି କମିଯାଉଛି।

Related Post