କରଜାତ: ମୁମ୍ବାଇ ନିକଟରେ ଏକ ‘ହଲାଲ ଲାଇଫ୍ ଷ୍ଟାଇଲ୍’ ଟାଉନସିପ୍କୁ ପ୍ରୋତ୍ସାହିତ କରୁଥିବା ଏକ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ନେଇ ରାଜନୈତିକ ନେତା, ସାମାଜିକ କର୍ମୀ ଓ ନାଗରିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହାର ପ୍ରମୋସନାଲ ଭିଡିଓ ଭାଇରାଲ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରି ତଦନ୍ତ ଓ ବିସ୍ତୃତ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ମାଗିଛନ୍ତି। ସୁକୁନ ଏମ୍ପାୟାର ନାମକ ଏହି ଟାଉନସିପ୍ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂର କରଜାତରେ ଅବସ୍ଥିତ। ଏଥିରେ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରାର୍ଥନା କ୍ଷେତ୍ର ଓ ସାମ୍ପ୍ରଦାୟିକ ସ୍ଥାନ ଭଳି ସୁବିଧା ଥିବା ଏହି ପ୍ରକଳ୍ପକୁ ମୁସଲମାନ ପରିବାରଗୁଡ଼ିକ ପାଇଁ ପ୍ରସ୍ତୁତ ଏକ ସ୍ଥାନ ଭାବରେ ବିକ୍ରି କରାଯାଉଛି। ଏନ୍ଏଚ୍ଆର୍ସି ସଦସ୍ୟ ତଥା ବିଜେପି ନେତା ପ୍ରିୟଙ୍କା କାନୁନଗୋ ଏହି ପ୍ରକଳ୍ପର ବିଜ୍ଞାପନକୁ ବିଭାଜନକାରୀ ବୋଲି କହି ସୋସିଆଲ ମିଡିଆରେ ସେୟାର କରିବା ପରେ ବିବାଦ ବଢିଯାଇଥିଲା। ନିଜ ପୋଷ୍ଟରେ ସେ ଏହି ଟାଉନସିପ୍ କୁ ‘ନେସନ୍ ଇନ୍ ଦି ନେସନ୍’ ବୋଲି ଉଲ୍ଲେଖ କରିବା ସହ ଭିଡିଓକୁ ବିଜ୍ଞାପନ ପରିବର୍ତ୍ତେ ‘ବିଷ’ ବୋଲି ବର୍ଣ୍ଣନା କରିଛନ୍ତି। ହିଜାବ ପିନ୍ଧିଥିବା ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିବା ଏହି ଭିଡିଓରେ ହଲାଲ ପରିବେଶରେ ପିଲାଙ୍କୁ ବଡ଼ କରିବା ଓ ସମାନ ଚିନ୍ତାଧାରା ଥିବା ପରିବାର ମଧ୍ୟରେ ରହିବା ବିଷୟରେ କୁହାଯାଇଛି। ଏହା ଖୁବ୍ ଶୀଘ୍ର ଭାଇରାଲ ହେବା ସହ ଜନମତ ତୀବ୍ର ବିଭାଜିତ ହୋଇଥିଲା। କିଛି ଲୋକ ଧାର୍ମିକ ବିଭାଜନକୁ ପ୍ରୋତ୍ସାହିତ କରିବା ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ଅନ୍ୟମାନେ ଦର୍ଶାଇଛନ୍ତି ଯେ ଭାରତର ଅନେକ ସ୍ଥାନରେ ମୁସଲମାନମାନେ ସମ୍ମୁଖୀନ ହେଉଥିବା ଆବାସ ଭେଦଭାବ କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଉତ୍ତେଜନା ମଧ୍ୟରେ ବିଜେପି ବିଧାୟକ ଅତୁଲ ଭାଟଖାଲକର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଚିଠି ଲେଖି ବିଲ୍ଡରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଜ୍ଞାପନ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଭାରୁଥିଟଖାଲକର କହିଛନ୍ତି ଯେ, ଏଭଳି ଟାଉନସିପ୍ର ପ୍ରଚାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ ଏବଂ ସାମାଜିକ ସଦ୍ଭାବନା ପ୍ରତି ବିପଦ ସୃଷ୍ଟି କରୁଛି। ଏହି ପ୍ରକଳ୍ପ ‘ଲାଣ୍ଡ୍ ଜିହାଦ’ର ଏକ ଉଦାହରଣ ବୋଲି ସେ ଅଭିଯୋଗ କରିବା ସହ ଏହା ରାଜ୍ୟର ଶାନ୍ତି ଓ ଆଇନ ଶୃଙ୍ଖଳା ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କହିଛନ୍ତି। ସମାଜରେ ବିଭାଜନ ସୃଷ୍ଟି କବା ବିଜ୍ଞାପନକୁ ରୋକିବା ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ସେ ତାଙ୍କ ଚିଠିରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର କ୍ରିଷ୍ଣା ହେଗଡେ ମଧ୍ୟ ଏହି ପ୍ରକଳ୍ପକୁ ସମାଲୋଚନା କରିବା ସହ ଏହି ବିଜ୍ଞାପନକୁ ହଟାଇବା ପାଇଁ ଦାବି କରିଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାର ଦୁଇ ସପ୍ତାହ ମଧ୍ୟରେ ଏନ୍ଏଚ୍ଆର୍ସିକୁ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
ବଡ଼ ଖବର
‘ହଲାଲ୍ ଲାଇଫ୍ ଷ୍ଟାଇଲ୍ ଟାଉନସିପ୍’କୁ ନେଇ ବିବାଦ: ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଲେ ଏନ୍ଏଚ୍ଆର୍ସି
- 06-09-25
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam