ଶ୍ରୀନଗର: ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଜମ୍ମୁ କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବା ଦାବି କରି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାର ସମୟ ଆସିଛି, କେନ୍ଦ୍ର ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ଉଚିତ୍। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି, ସରକାର ଜମ୍ମୁ କଶ୍ମୀର ସମ୍ପର୍କରେ ନେଇଥିବା ନିଷ୍ପତ୍ତି ପାଇଁ ଦିନେ ପଶ୍ଚାତାପ କରିବେ। ଅନନ୍ତନାଗ ପଶ୍ଚିମ ବିଧାୟକ ଅବଦୁଲ ମାଜିଦ ଭଟ୍ ଲାର୍ମୀଙ୍କ ନେତୃତ୍ୱରେ ଦଳୀୟ ପଦାଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅବଦୁଲ୍ଲା ଏହା କହିଛନ୍ତି। ପ୍ରତିନିଧିମଣ୍ଡଳୀ ସହ ଆଲୋଚନା ସମୟରେ ଅବଦୁଲ୍ଲା କହିଛନ୍ତି, ଇତିହାସରେ କେନ୍ଦ୍ର ସରକାର ଏପରି ଅନେକ ସୁଯୋଗ ପାଇଥିଲେ ଯେତେବେଳେ ଜମ୍ମୁ-କଶ୍ମୀର ଲୋକଙ୍କ ହୃଦୟ ଏବଂ ସମର୍ଥନ ଜିତିପାରିଥାନ୍ତେ। କିନ୍ତୁ ପ୍ରତ୍ୟେକ ଥର ସୁରକ୍ଷାକୁ ପ୍ରାଥମିକତା ଦେବା ନୀତି ବିଶ୍ୱାସ ଗଠନର ସମ୍ଭାବନାକୁ ପଛରେ ପକାଇ ଦେଇଛି। ୨୦୨୪ ମସିହାରେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀରର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଏହା ପ୍ରମାଣ କରିଛି ଯେ, ଏଠାକାର ଲୋକଙ୍କର ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ର ଉପରେ ଗଭୀର ବିଶ୍ୱାସ ରହିଛି।ନିରାଶା ପ୍ରକାଶ କରି ସେ କହିଛନ୍ତି, ଜମ୍ମୁ-କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଅଗଷ୍ଟ ୨୦୧୯ରେ ନିଆଯାଇଥିବା ଏକପାଖିଆ ନିଷ୍ପତ୍ତିର ଲକ୍ଷ୍ୟ ଥିଲା ଜମ୍ମୁ-କଶ୍ମୀରକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସମକକ୍ଷ କରିବା, କିନ୍ତୁ ସତ୍ୟ ସମ୍ପୂର୍ଣ୍ଣ ବିପରୀତ ରହିଛି। ଏକୀକରଣ ବଦଳରେ, ଆମକୁ ଏକ ବ୍ୟତିକ୍ରମ ଭାବରେ ବ୍ୟବହାର କରାଯାଉଛି, ଆମକୁ ଜାଣିଶୁଣି ତଳ ସୋପାନକୁ ଠେଲି ଦିଆଯାଉଛି। ଆମ ପ୍ରତି ବୈମାତୃକ ଭାବ ପୋଷଣ କରାଯାଉଛି। ଗଣତନ୍ତ୍ରରେ ଜନସାଧାରଣଙ୍କ ବିଶ୍ୱାସ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପ୍ରତିଶ୍ରୁତି ଆବଶ୍ୟକ, କିନ୍ତୁ ଏଥିରେ ନିରନ୍ତର ବିଳମ୍ବ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରୁଛି।ଫାରୁକ ଅବଦୁଲ୍ଲା କେନ୍ଦ୍ର ସରକାରଙ୍କୁ ବିଳମ୍ବ ନକରି ଜମ୍ମୁ-କଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ଅନୁରୋଧ କରି କହିଛନ୍ତି ଯେ, ଏହା ରାଜନୀତିର ବିଷୟ ନୁହେଁ। ଏହା ନ୍ୟାୟ ଏବଂ ସମାନତାର ବିଷୟ, ଏହା ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ବିଷୟ। ନ୍ୟାସନାଲ କନଫରେନ୍ସ ଜମ୍ମୁ-କଶ୍ମୀରର ଲୋକଙ୍କ ଅଧିକାର ଏବଂ କଲ୍ୟାଣକୁ ସୁରକ୍ଷା ଦେବା, ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ଗ୍ୟାରେଣ୍ଟି ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଜାରି ରଖିବ।
Breaking News
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା: କେନ୍ଦ୍ରାପଡ଼ା: ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ନାଁରେ ରୁଜୁ ହେଲା ମାମଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନାରେ ମାମଲା ରୁଜୁ କରିଛି ପୁଲିସ୍।
- ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
- ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସୋନପୁର-ସମ୍ବଲପୁର ରାସ୍ତାର ମହାନଦୀ ସେତୁରୁ ଜଣେ ମହିଳା ନଦୀ ଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟ ବଶତଃ ପାଣିରେ ପଡ଼ିଥିଲେ।
- ହିମାଚଳ ପ୍ରଦେଶରେ ୫୦୦ ମିଟର ଗଭୀର ଖାଇକୁ ଖସିଲା ପର୍ଯ୍ୟଟକ ଗାଡ଼ି, ୮ ମୃତ: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଏକ ପର୍ଯ୍ୟଟକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇକୁ ଖସିପଡ଼ିବା ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଏବେବି ନିଖୋଜ ଅଛନ୍ତି।
- ଗାଡ଼ି ଧକ୍କାରେ ଜଣେ ମୃତ, ୧ ଗୁରୁତର: ସୁନ୍ଦରଗଡ଼: ହେମଗିର ଥାନା ଟପରିଆ ନିକଟରେ ମଙ୍ଗଳବାର ବିଳମ୍ଵିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଯାଇଛି। ମୃତକ ହେଲେ ହିମାଂଶୁ ବାରିକ। ସେ ହେମଗିର ବ୍ଲକ୍ ବିଜେପି ନେତା ତଥା ଋଷିଗୁମ୍ଫା ଉନ୍ନୟନ ସମିତି ସଭାପତି ମାଧବ ବାରିକଙ୍କ ସାନ ପୁଅ। ହିମାଂଶୁ ଟ୍ରକ ପରିବହନ ସମ୍ପର୍କରେ ବୁଝି ରାତିରେ ଜଣେ ସାଙ୍ଗ ସହ ବୁଲେଟରେ ଘୋଘରପାଲି ଘରକୁ ଫେରୁଥିଲେ। ଟପରିଆ ନିକଟରେ ଦୁର୍ଘଟଣା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ବୁଲେଟ ଖଣ୍ଡବିଖଣ୍ଡ ହୋଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନା ନେଇଥି
- ଓଡ଼ିଶା ଜିମ୍ନାଷ୍ଟ ପ୍ରୀତିଙ୍କ ବିରଳ ସଫଳତା : ଭୁବନେଶ୍ବର: ଓଡ଼ିଶା ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଏକ ବିରଳ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ବ ଜିମ୍ନାଷ୍ଟିକ୍ସ ସ୍କଲାର୍ସିପ୍ ହାସଲ କରିଛନ୍ତି। ଏହି ସ୍କଲ୍ରସିପ୍ ଲାଗି ବିଶ୍ବର ୨୦ ଦେଶର ଜିମ୍ନାଷ୍ଟଙ୍କ ମଧ୍ୟରୁ ମାତ୍ର ୧୨ ଜଣଙ୍କୁ ଚୟନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରୀତି ରହିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବ ମଞ୍ଚରେ ଏହା ତାଙ୍କର ଅତୁଳନୀୟ ପ୍ରତିଭାକୁ ଦର୍ଶାଉଛି ବୋଲି କୁହାଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କ୍ରୀଡ଼ା ବିଭାଗ ଲେଖିଛ
- ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଭୁବନେଶ୍ବର: ମଞ୍ଚେଶ୍ୱର ରଙ୍ଗମାଟିଆରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ। କାରଣ ଅସ୍ପଷ୍ଟ।
- ବାଙ୍ଗଲାଦେଶୀ ନୁହନ୍ତି ଭାରତୀୟ: ଭୋଟ ଦେବା ଅଧିକାର ନାହିଁ, ସରକାରୀ ସହାୟତା ବି ନାହିଁ: ରାଜ୍ୟରେ ଚାଲିଛି ଡବଲ ଇଂଜିନ ସରକାର। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗାଇବା ସହିତ କାହାରିକୁ ଅନାହାରରେ ରହିବାକୁ ନଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
- ଉତ୍ତର ପ୍ରଦେଶ: ଭୟଙ୍କର ଝଡ଼ ଯୋଗୁ ଭାଙ୍ଗିଗଲା ନିର୍ମାଣାଧୀନ ପୋଲ , ୬ ଶ୍ରମିକଙ୍କ ମୃତ୍ୟୁ:ଉତ୍ତର ପ୍ରଦେଶରେ ବିଳମ୍ବିତ ରାତିରେ ଭୟଙ୍କର ଝଡ଼ ଆସି ବେତୱା ନଦୀ ଉପରେ ନିର୍ମାଣ ହେଉଥିବା ସେତୁଟି ଭାଙ୍ଗି ପଡ଼ିବା ଯୋଗୁ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।
- dsfkds hfkjhsdkjfds
Related Post
Stay Connected
ନିଉଜ ଆଲର୍ଟ
Subscribe To Our Newsletter
No spam, notifications only about news updates.
Don’t worry, we don’t spam